କବିତା ଆସର ଓ ମାସିକ ଇ ପତ୍ରିକା “ସୂର୍ଯ୍ୟ ପ୍ରଭା”ର ଲୋକାର୍ପଣ ପର୍ବ ଅନୁଷ୍ଠିତ।

0

କଲକାତା (୧୨/୧୧): ବିଳାସପୁର ଛତିଶଗଡ଼ ରୁ ଆଭାସୀ ମାଧ୍ୟମରେ ମାସିକ ଇ ପତ୍ରିକା ସୂର୍ଯ୍ୟ ପ୍ରଭା ଲୋକାର୍ପିତ ହୋଇଯାଇଛି। ସୁସ୍ପଷ୍ଟ ବେଦଧ୍ଵନି ସହ ପବିତ୍ର ଶ୍ରୀ ଗୀତଗୋବିନ୍ଦର ଦଶାବତାର ସ୍ତ୍ରୋତ୍ର ଆବୃତ୍ତି କରିଥିଲେ ବର୍ଷିୟସୀ କବୟିତ୍ରୀ ଶ୍ରୀମତୀ ମନୋରମା ମିଶ୍ର ।ୟାପରେ ସଂଗୋଷ୍ଠୀର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବାମନ ଚରଣ ଦୀକ୍ଷିତଙ୍କ ଦ୍ଵାରା ଲୋକାର୍ପିତ ହେଲା ସୂର୍ଯ୍ୟ ପ୍ରଭା ବିପୁଳ କରତାଳି ସହ ।ଶ୍ରୀ ନୀଳାଦ୍ରି ପ୍ରସନ୍ନ ମହାନ୍ତିଙ୍କ ଅଳଙ୍କରଣରେ ସୂର୍ଯ୍ୟ ପ୍ରଭାର ପ୍ରଚ୍ଛଦ ସମସ୍ତଙ୍କ ମନ ମୋହିତ କରିଥିଲା।ସଭାପତି ଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟ ଙ୍କ ଅନୁମତି କ୍ରମେ କବିତା ଆସରର ସଂଯୋଜନା କରିଥିଲେ କବୟିତ୍ରୀ କଳ୍ପନା ମିଶ୍ର ।କବିତା ଗୁଡ଼ିକର ସଂକ୍ଷିପ୍ତ କିନ୍ତୁ ସାରଗର୍ଭକ ସମୀକ୍ଷା କରିଥିଲେ ଶ୍ରୀ ବାମନ ଚରଣ ଦୀକ୍ଷିତ ମହୋଦୟ ।

ଏହି ପର୍ଯ୍ୟାୟରେ କବିତା ପାଠ କରିଥିଲେ କବି ସର୍ବଶ୍ରୀ କାଶୀନାଥ ପଣ୍ଡା , ହେମନ୍ତ ବରାଇ, ବାମନ ଚନ୍ଦ୍ର ଦୀକ୍ଷିତ, ଅନୀଲ କୁମାର ଲେଙ୍କା, ଡା. ଚିତ୍ତରଞ୍ଜନ କୁଣ୍ଡୁ, ସନାତନ ମହାକୁଡ଼, ଭବାନୀ ଶଙ୍କର ପଟ୍ଟନାୟକ, ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ବୃନ୍ଦାବନ ପୁଷ୍ପାଳକ, ଅନଙ୍ଗ ଭୂଷଣ ମହାନ୍ତି, କୈଳାସ ଚନ୍ଦ୍ର ଧଳ, ସୁଧାଂଶୁ କୁମାର ମିଶ୍ର, ସୋମେନ୍ଦୁ ଶତପଥୀ, ନିତ୍ୟାନନ୍ଦ ମହାନ୍ତି, ଅନୁପ ଗଡ଼ନାୟକ, ପ୍ରଦୀପ କୁମାର ଦାଶ ,ସୁବ୍ରତ କୁମାର ରଥ ଓ କବୟିତ୍ରୀ କଳ୍ପନା ମିଶ୍ର, ମଧୁସ୍ମିତା ମହାପାତ୍ର ,ସୁବାସିନୀ ଦାଶ, ଆରତୀ ଦାଶ, ପ୍ରଜ୍ଞା ପାରମିତା ଚୌଧୁରୀ, ଜୟନ୍ତୀ ନାୟକ, କବିତା ନାୟକ, ଗାୟତ୍ରୀ ଦାଶ ,ସ୍ନେହସ୍ମିତା ମଲିକ ,ମନୋରମା ମିଶ୍ର, ଜ୍ୟୋତିପ୍ରଭା ପଟ୍ଟନାୟକ, ସୁଭାଗିନୀ ସିଂହ । ଭାବମୟ, ରସମୟ ହୋଇ ଉଠିଥିଲା ସମଗ୍ର ଆଭାସୀ ମଞ୍ଚ। ସର୍ବଶେଷରେ ସ୍ଵର୍ଗୀୟା ମାଆଙ୍କ ଉଦ୍ଦେଶ୍ୟରେ କବିତାଟିଏ ଆବୃତ୍ତି କରିଥିଲେ ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ସର୍ବଶେଷରେ ସମସ୍ତ ଅତିଥି କବି, କବୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କବୟିତ୍ରୀ ଆରତୀ ଦାଶ ।ଶାନ୍ତିପାଠ କରି ପରବର୍ତ୍ତୀ ମାସ ପର୍ଯ୍ୟନ୍ତ ସଭା ସାଙ୍ଗ କରା ଯାଇଥିଲା ।

ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.