ଫଟା ରୂପା ମୁକୁଟ ପିନ୍ଧୁଛନ୍ତି ବାବାମଣି

ଆରଡ଼ି: ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠର ରୂପରେଖ ବଦଳୁଛି। ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ପୀଠର ବିକାଶ କରାଯାଉଛି। ହେଲେ କେଜି କେଜି ସୁନା ଓ କୋଟି କୋଟି ଟଙ୍କାର ମାଲିକ ବାବାମଣି ଫଟା ରୂପା ମୁକୁଟ। ପ୍ରତ୍ୟେକ ଦିନ ବାବାଙ୍କର ବଡସିଂହାର ବେଶରେ ବ୍ୟବହୃତ ହେଉଥିବା ରୂପାର ମୁକୁଟ କିଛି ଦିନ ହେବ ଫାଟି ଯାଇଥିବାର ଦେଖିବାକୁ ମିଳିଛିି । ସେହି ଫଟା ମୁକୁଟକୁ ମନ୍ଦିର ପ୍ରଶାସନ ଜାଣିଶୁଣି ବାବାଙ୍କ ଅପୂର୍ବ ବଡସିଂହାର ବେଶରେ ବ୍ୟବହାର କରାଯାଉଛି। ହେଲେ ଫଟା ରୂପା ମୁକୁଟକୁ ବଦଳା ଯାଉନି। ମାସେ କି ଦୁଇ ମାସ ନୁହେଁ ପାଖାପାଖି ଦେଢ ବର୍ଷ ହେଲାଣି ବାବା ଆଖଣ୍ଡଳମଣି ପିନ୍ଧୁଛନ୍ତି ଏହି ଫଟା ରୂପା ମୁକୁଟ।

ଏ ଘଟଣା ଜାଣିବା ପରେ ଭକ୍ତଙ୍କ ମନକୁ ଶକ୍ତ ଆଘାତ ଲାଗିଛି । ବାବାଙ୍କର ସ୍ୱର୍ଣ୍ଣ ଅଳଙ୍କାର ଥାଇ ବି ପିନ୍ଧୁଛନ୍ତି ରୂପା। ପ୍ରତ୍ୟେକ ଦିନ ବଡସିଂହାର ବେଶରେ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବହାର କରିବାକୁ ସେବାୟତମାନେ ମଧ୍ୟ ପୂର୍ବରୁ ବାରମ୍ବାର ଦାବି କରିଆସିଛନ୍ତି। ହେଲେ ତାହା ହୋଇପାରି ନାହିଁ। କିନ୍ତୁ ଯେଉଁ ରୂପା ଅଲଙ୍କାର ପିନ୍ଧା ଯାଉଛି ତାହା ବି ଫଟା । ଯାହାକୁ ପୀଠର ବରିଷ୍ଠ ସେବାୟତମାନେ ତୀବ୍ର ନିନ୍ଦା କରିଛନ୍ତି। ଜିଲ୍ଲାପାଳ ଓ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଏହି ଘଟଣାକୁ ଗୁରୁତ୍ବ ଦେଇ ଫଟା ମୁକୁଟ ବଦଳାଇବାକୁ ଭକ୍ତ ଓ ସେବାୟତମାନେ ଦାବି କରିଛନ୍ତି। ତେବେ ଏ ବାବଦରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲ୍ଲାଇ କୁହନ୍ତି ମୁଁ ଆସିଲା ବେଳକୁ ଏ ଫଟା ରୂପା ମୁକୁଟ କଥା ଶୁଣିଛି । ଆମେ ଏକଥା ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳଙ୍କୁ ଜଣାଇଛୁ। ପୂର୍ବରୁ ମଧ୍ୟ ଅନେକ ଥର ଏ କଥା ବୈଠକରେ ଆଲୋଚନା ହୋଇଛି। ମନ୍ଦିର ପ୍ରଶାସନ ଜାଣି ମଧ୍ୟ ତାର ବ୍ୟବସ୍ଥା ହୋଇନାହିଁ।

Comments are closed.