ଭଦ୍ରକ:ଭଦ୍ରକ ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଉଥିବା ବୋଟ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଅଧାବାଟରେ ପ୍ରାୟ ୧୦ ମିନିଟ୍ ଧରି ବୋଟ୍ଟି ଅଟକି ରହିଥିଲା। ତିହିଡି ବ୍ଲକ ଓରାଳୀ ଠାରେ ବୋଟ୍ରେ ବିଧାୟକ ଲିକୁ ସାହୁ, ଆକାଶ ଦାସ ନାୟକଙ୍କ ସମେତ ଅନ୍ୟ ୮ ଜଣ ଉପସ୍ଥିତ ଥିଲେ।ବନ୍ୟା ପରିସ୍ଥିତି ପରିଦର୍ଶନ କରିବାକୁ ଯାଉଥିବା ସମୟରେ ହଠାତ୍ ବୋଟ୍ରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ବୋଟ୍ଟି ନଦୀ ମଝିରେ ଅଟକି ଯାଇଥିଲା। ପ୍ରାୟ ୧୦ ମିନିଟ୍ ଗଚ୍ଛ ଧରି ଅଟକି ରହିଥିଲେ। ପରେ ତ୍ରୁଟି ସୁଧାରାଯିବା ପରେ ବୋଟ୍ ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.