ଗଜପତି ,୨୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଜ୍ଞାନକୌଶଳ ବିକଶିତ, ସୃଜନଶୀଳତା ଓ ନବସୃଜନର ଭାବନାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାୟଗଡ଼ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୬-୨୭ ନାରାୟଣପୁରସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ସହ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ‘ଏକ ସ୍ଥାୟୀ ଏବଂ ବିକଶିତ ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ’ ଥିଲା। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୯୧ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରାୟ ୫୦ ଜଣ ଗାଇଡ୍ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ ପ୍ରସ୍ତୁତି ଓ ଉପସ୍ଥାପନାରେ ମାର୍ଗଦର୍ଶନ କରିଥିବା ବେଳେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାର, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁଧିଷ୍ଠିର ବେହେରା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଧନେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ। ଅତିଥିମାନେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବର୍ତ୍ତମାନ ସମୟରେ ଗୁରୁତ୍ୱ ଏବଂ ଏହାର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରା, ଗବେଷଣା ଓ ଆବିଷ୍କାର ପ୍ରତି ଆଗ୍ରହ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ।ପ୍ରଦର୍ଶନୀର ବିଚାରକ ଭାବେ ଭୁଷକୁଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ସର୍ଦ୍ଦାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ରାଉତ ୯୧ଟି ପ୍ରକଳ୍ପକୁ ମୂଲ୍ୟାୟନ କରି ଶ୍ରେଷ୍ଠ ୭ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ କରିଥିଲେ।ଜିଲ୍ଲାସ୍ତରକୁ ମନୋନୀତ ୭ଟି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୧. କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଉନ୍ନତ ଜୀବନ – ଆଶୁତୋଷ ଶବର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଇଠପଦର, ୨. ସବୁଜ ଶକ୍ତି ଓ ପରିବେଶ ସଂରକ୍ଷଣ – ରୋଗୀନି ପାଣି, ସରକାରୀ ଉଚ୍ଚ ବିଦ୍ୟାଳୟ, ମାର୍ଲବା,୩. ଗାଣିତିକ ମଡେଲିଂ ଓ ଗଣନାତ୍ମକ ଚିନ୍ତନ – ଭୋଳାଶଙ୍କର ଶବର, ସରକାରୀ ନୀଳମଣି ଉଚ୍ଚ ବିଦ୍ୟାଳୟ, ନାରାୟଣପୁର,୪. ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ପରିମଳ – ଜଣେଶ କାର୍ଜୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ଜିରାଙ୍ଗ,୫. ପାରମ୍ପରିକ କୃଷି ପଦ୍ଧତି – ଆୟୁଷ ଭୂୟାଁ, ସରକାରୀ ଉଚ୍ଚ ବିଦ୍ୟାଳୟ, ତାଲମୁଣ୍ଡା,୬. ବିଜ୍ଞାନ ଓ ଗ୍ରାମୀଣ ପରିବର୍ତ୍ତନ – ଅରମାନ ପଟ୍ଟନାୟକ, ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ରାୟଗଡ଼,୭. ବିପର୍ଯ୍ୟୟ ପରିଚାଳନା – ଦେବବ୍ରତ ପାଇକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଇଠପଦର ପ୍ରମୁଖ ସ୍ଥାନ ପାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଶ୍ରୀ ହରିନାଥ ପାତ୍ର କରିଥିବା ବେଳେ ଶ୍ରୀ ମନୋଜ କୁମାର ଜାନି ସମସ୍ତ ଅତିଥିବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମେନକା ରାଓଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ସିଆରସିସିମାନଙ୍କ ମିଳିତ ସହଯୋଗରେ ପ୍ରଦର୍ଶନୀଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.