ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ୯ମ ବର୍ଷରେ

ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ବହୁ ଯାକଯକମରେ ଉଦ୍‌ଘାଟନ ହୋଇଯାଇଛି ।

ଭୁବନେଶ୍ଵର  : ଆଜିଠାରୁ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ବହୁ ଯାକଯକମରେ ଉଦ୍‌ଘାଟନ ହୋଇଯାଇଛି ।
ଆଜିର ମୂଖ୍ୟ ଅତିଥ ଭାବେ ଭୁବନେଶ୍ୱର ମଧ୍ଯମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ବୟନିକା ର ପରିଚାଳନା ନିର୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଦ୍ଵୀପ ପ୍ରଜ୍ଜ୍ଵଳନ କରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଜଗତ୍‌ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ ଙ୍କୁ ସମର୍ପିତ ନବମ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୧ ରୁ ୫ ତାରିଖ (ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଚାଲିବ । ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆ ଓ ଏକାମ୍ର ହାଟ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ମଧ୍ୟ ସନ୍ଧ୍ୟା ୫ଟା ରୁ ୯ ଟା ପର୍ଯ୍ୟନ୍ତ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧିବିଧାନ ଓ ସମ୍ପୂର୍ଣ୍ଣ ପାରିବାରିକ ବାତାବରଣରେ ଏହି କାର୍ଯ୍ୟକ୍ରମ “ ଓଡିଶା ସରକାରଙ୍କ ବୟନିକା” ର ସହଭାଗୀ ସହଯୋଗୀତାରେ ଆୟୋଜିତ ହୋଇଛି । ଏଥର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଏହି ମହୋତ୍ସବର କଳାତ୍ମକ ଦିଗକୁ ପ୍ରାଧାନ୍ୟ ଦିଆଯାଇ ଦାଣ୍ଡିଆ ସମ୍ବନ୍ଧିତ ଉପରେ ଧ୍ଯାନ କେନ୍ଦ୍ରିତ କରାଯାଇଛି ।

ଏହି ପାଞ୍ଚ ଦିବସୀୟ ମହୋତ୍ସବରେ ଅଭିଜ୍ଞ ନୃତ୍ୟଶିଳ୍ପୀଙ୍କ ତତ୍ବାବଧାନରେ ଦାଣ୍ଡିଆ ନୃତ୍ୟ, ଅତ୍ୟାଧୁନିକ ଏଲ୍‌ଇଡି ଆଲୋକ ସଜ୍ଜା, ଉନ୍ନତମାନର ଲାଇଭ ବ୍ୟାଣ୍ଡ ସହ ଆଲୋକମାଳାର ଅପୂର୍ବ ସମନ୍ଵୟ ନୃତ୍ୟାଙ୍ଗନାଙ୍କ ପାଇଁ ସ୍ଵତନ୍ତ୍ର ଷ୍ଟେଜ୍‌, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ଵାରା ସ୍ଵାସ୍ଥ୍ୟକର ଖାଦ୍ୟ ପାନୀୟ ଷ୍ଟଲ୍‌, ଅଭିଜ୍ଞ ବିୟୁଟିସିଆନ୍‌ମାନଙ୍କ ଦ୍ଵାରା ବିନା ମୂଲ୍ୟରେ ମେକ୍‌ଅପ୍‌, ମୁଖ୍ୟ ନୃତ୍ୟ ସ୍ଥଳ ପାଇଁ ପ୍ରଶସ୍ତ, ମଜବୁତ ଓ ସୁରକ୍ଷିତ ଫ୍ଲୋରବୋର୍ଡ ଷ୍ଟେଜ୍‌, ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍‌ କ୍ୟାମେରା
ରେକର୍ଡିଂ ସେବା ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି । ମହୋତ୍ସବର ପ୍ରତ୍ୟେକ ଦିନର Best Dancer, Best Couple, Best Costume and Kids Dancer ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ | ଏହି ଅବସରରେ ସାମାଜିକ ଜୀବନରେ ଉତ୍କୃଷ୍ଟ ସେବା କରିଥିବା ବିଶିଷ୍ଟ ସାମାଜସେବୀମାନଙ୍କୁ ଚଳିତ ବର୍ଷର “ ପ୍ରୟାସ ସମ୍ମାନ ୨୦ ୨ ୨ ” ପ୍ରଦାନ କରାଯିବ। ଏହି ସାଂସ୍କୃତିକ ମହୋତ୍ସବର ବିବିଧ ଦିବସରେ ସମାଜର ବହୁ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉପସ୍ଥିତ ରହି ନୂତ୍ୟପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଉତ୍କର୍ଷତା ନିମିତ୍ତ ଜନସାଧାରଣଙ୍କ ସହଭାଗୀ
ସହଯୋଗୀତା ପାଇଁ ପ୍ରୟାସର ଅଧ୍ଯକ୍ଷ ବନ ମହାନ୍ତି, ଡଃ. ବଦ୍ରି ପଟ୍ଟନାୟକ, କୌସ୍ତୁଭ ଦାସ, କମଳ ମହାନ୍ରି, ଜସ୍‌ମିନ୍‌ ମହାନ୍ତି, ଜୟନ୍ତ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ମହାମାୟୀ ତେଜାନୀ, ସୁରେଶ କୁମାର ପତ୍ରୀ, ବୃନ୍ଦାବନ ପଡିହାରୀ, ପପୁ, ରିଶି, ସଂଗ୍ରାମ ମହାରଣା, ଶିଶିର ମହାପାତ୍ର ଏବଂ ଉମାକାନ୍ତ ତାଣ୍ଡି ପ୍ରମୁଖ ଅନୁରୋଧ କରିଛନ୍ତି ।

 

Comments are closed.