ପାରଳାଖେମୁଣ୍ଡି ପୋଖରୀ ପୁନରୁଦ୍ଧାର ଦୁର୍ନୀତି: ୩ ଜଣଙ୍କୁ ଭିଜିଲାନ୍ସର ଅଟକ ।

0

ଗଜପତି,୬.୮(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ଅଧୀନରେ ସାଙ୍କୁରି ପୋଖରୀ ଏବଂ ପଟ୍ଟନାୟକ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ହୋଇଥିବା କଥିତ ଦୁର୍ନୀତି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବଡ଼ ପଦକ୍ଷେପ ନେଇଛି। ନିର୍ମାଣ କାର୍ଯ୍ୟରେ ଅନିୟମିତତା ଏବଂ ନିମ୍ନମାନର କାମ ଅଭିଯୋଗକୁ ନେଇ ତିନି ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି।
ଭଏସ୍‌ ଓଭର: ବ୍ରହ୍ମପୁର ଭିଜିଲାନ୍ସର ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ତିନୋଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଗୁଣୁପୁର ଏନଏସି କାର୍ଯ୍ୟାଳୟରୁ ସେତେବେଳର କାର୍ଯ୍ୟରତ ଯନ୍ତ୍ରୀ ଡି. ଯୁଧିଷ୍ଠିରଙ୍କୁ ଅଟକ ରଖାଯାଇଛି। ସେହିପରି ପାରଳାଖେମୁଣ୍ଡି ପୌର ପରିଷଦର ଏମ୍.ଇ. ସଞ୍ଜିବ ଚମ୍ପତି ଏବଂ ବ୍ରହ୍ମପୁରର ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ମଧ୍ୟ ଅଧିକ ପଚରାଉଚରା ପାଇଁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ସାଙ୍କୁରି ପୋଖରୀ ଏବଂ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର କାମ କରାଯାଇଥିଲା। କିନ୍ତୁ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଯାଞ୍ଚ ପରେ ଆଜି ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.