ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ତମ ଜୟନ୍ତୀ ଉତ୍ସବ 

0
ଭୁବନେଶ୍ୱର, ୭/୮(କୃଷ୍ଣ କୁମାର ମହାନ୍ତି) : ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ବିଭାଗୀୟ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାରସ୍ୱତ ସାଧିକା ପ୍ରଫେସର ଶକୁନ୍ତଳା ବଳୀୟାରସିଂହ ମୁଖ୍ୟ ଅତିଥି, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ମୁଖ୍ୟବକ୍ତା ଏବଂ ଡକ୍ଟର ଅମରେନ୍ଦ୍ର ମହାନ୍ତି, ଡକ୍ଟର ପୂର୍ଣ୍ଣେନ୍ଦୁ କୁମାର ଦାସ, ଡକ୍ଟର ନନ୍ଦିନୀ ମିଶ୍ର, ଡକ୍ଟର ସଂଗ୍ରାମ କେଶରୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀର ସବ୍ୟସାଚୀ ପଣ୍ଡିତ ନୀଳକଣ୍ଠଙ୍କ ଜୀବନ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ନବ-ଉତ୍କଳ ନିର୍ମାଣରେ ପଣ୍ଡିତଜୀଙ୍କ ଯୋଗଦାନ ସମ୍ପର୍କରେ ଛାତ୍ର ଜୀବନଜ୍ୟୋତି ବାରିକ, ଚନ୍ଦନ ସିଂ ଏବଂ ଛାତ୍ରୀ କୌଶଲ୍ୟା ପରିଡ଼ା ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ବିଶ୍ୱଜିତ ସାହୁଙ୍କ ଶ୍ରୀଜଗନ୍ନାଥଷ୍ଟକମ୍‌ ପାଠରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ଉତ୍ସବକୁ ଶ୍ରୀତମ୍ ଦେହୁରୀ ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପଣ୍ଡିତ ନୀଳକଣ୍ଠ ଦାସ ସ୍ମୃତି ପରିଷଦର ବହୁ ସଦସ୍ୟଙ୍କ ସମେତ ବିଭିନ୍ନ ସଂସ୍କୃତି ସାଧକ, ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
ଶେଷରେ ପାଠଚକ୍ର ସମ୍ପାଦକ ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଉତ୍ସାହିତ କରିଥିଲେ
Leave A Reply

Your email address will not be published.