ଆଧ୍ୟାତ୍ମିକ ଵାଦୀ, ସମାଜସେବୀ ତଥା ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ସନ୍ତୋଷ ସାମଲଙ୍କ ପରଲୋକ
ପଟ୍ଟାମୁଣ୍ଡାଇ ୬/୮: ପଟ୍ଟାମୁଣ୍ଡାଇ ପୈାରପରିଷଦ ଅର୍ନ୍ତଗତ ତାତନା ଗ୍ରାମର ଆଧ୍ୟାତ୍ମିକ ଵାଦୀ ସମାଜସେବୀ ତଥା ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ସନ୍ତୋଷ ସାମଲଙ୍କ
ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ଵର୍ଷ ହୋଇଥିଲା।ସେ ଜଣେ ଅତ୍ୟନ୍ତ ମେଳାପି ସ୍ନେହୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ
ଅଂଚଳରେ ଶୋକରେ ଛାୟା
ଖେଳିଯାଇଛି। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଠାକୁର ନିଗମାନନ୍ଦଙ୍କ ଭକ୍ତମାନେ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ସ୍ଵର୍ଗତ ସାମଲଙ୍କ ମୃତ୍ୟୁରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା,
ରାଜନଗର ବିଧାୟକ ଧୃବ ସାହୁ,
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୈାର ଅଧ୍ୟକ୍ଷ ହେମନ୍ତ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପ୍ରମୁଖ
ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ମରଶରୀରକୁ ବିରାଟ
ଶୋଭାଯାତ୍ରାରେ ନେଇ ଗ୍ରାମ
ପରିକ୍ରମା କରି ତାଙ୍କ ନିଜ ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ସାନପୁଅ
ମନୋରଞ୍ଜନ (ରୁଲୁଆ)ମୁଖାଗ୍ନୀ
ଦେଇଛନ୍ତି।