ଓଡ଼ିଶାରେ ପାଣ୍ଡିଆନରାଜ୍ ଚାଲିବାକୁ ଦିଆଯିବ ନାହିଁ: କଂଗ୍ରେସ

ରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ରାଜ୍ୟରେ ଗଣତନ୍ତ୍ରର ଶାସନ ନାହିଁ । ବାବୁତନ୍ତ୍ରର ଶାସନ ଚାଲିଛି । ଓଡ଼ିଶାରେ ପାଣ୍ଡିଆନ ଶାସନ କି ତାମିଲ ଶାସନ ଚାଲିବାକୁ ଦିଆଯିବ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ମନ୍ତ୍ରୀ, ବିଧାୟକ, ସାଂସଦମାନେ, ସମସ୍ତେ କ୍ଷମତାଶୂନ୍ୟ । ମୁଖ୍ୟମନ୍ତ୍ରୀ ଜଣେ ସେଚ୍ଛାଚାରୀ ଓ ଗଣତନ୍ତ୍ର ବ୍ୟବସ୍ଥାର ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନାହିଁ । ରାଜ୍ୟର ନିର୍ବାଚିତ ପ୍ରତିନିଧିମାନଙ୍କୁ ସାଧାରଣ ଲୋକେ ନିଜ ଦୁଃଖ ଜଣାଇବାକୁ ଗଲାବେଳେ ମନ୍ତ୍ରୀ ଓ ବିଧାୟକମାନେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି । ଦୀର୍ଘ ୨୩ ବର୍ଷର ଶାସନରେ ଓଡ଼ିଶାକୁ କୌଣସି ସୁଫଳ ମିଳିଲା ନାହିଁ । ସୌମ୍ୟବାବୁ ଏକ ଖବରକାଗଜର ସମ୍ପାଦକ ଭାବେ ରାଜ୍ୟ ଶାସନର ପ୍ରକୃତ ସ୍ଥିତିକୁ ସମ୍ପାଦକୀୟରେ ଲେଖିବା କ’ଣ ଭୁଲ୍‌? ଏହା କ’ଣ ଜନ ବିରୋଧୀ କି ବୋଲି ସେ ପ୍ରଶ୍ନ କରିଥିଲେ । ଯଦି ସୌମ୍ୟବାବୁ ଏତେ ଅନିୟମିତତା କରୁଥିଲେ ତାଙ୍କୁ ନିଜ ଦଳରେ କେମିତି ସାମିଲ କରିଥିଲ? ସେହିପରି ରେମୁଣା ବିଧାୟକଙ୍କ ଦୁର୍ନୀତି କଥା ସରକାରଙ୍କୁ ୪ ବର୍ଷ ପୂର୍ବରୁ ଜଣାଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Comments are closed.