ଓଡ଼ଗାଁ : ୨୧/୦୮(ନି.ପ୍ର)- ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ରଘୁନାଥ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠାନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବିଶାଳ କବି ଲେଖକ ସମ୍ମିଳନୀ ଓ ଆଲୋଚନାଚକ୍ର କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏ ଅବସରରେ ନୟାଗଡ଼ ଜିଲ୍ଲାର ସମସ୍ତ ଆଠଟି ବ୍ଲକର କବିକବୟିତ୍ରୀ ତଥା ଲେଖକ ଏବଂ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏହା ବ୍ୟତୀତ ନୟାଗଡ଼ ଜିଲ୍ଲାର ବିଭିନ୍ନ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇ ସାରସ୍ୱତ ସମ୍ପର୍କକୁ ଅଧିକ ସୁଦୄଢ କରାଯିବା ଉପରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଗୁରୁତ୍ୱ ଦେଇଛନ୍ତି।ରାଜ୍ୟର ପ୍ରତିଷ୍ଠିତ ସାରସ୍ୱତ ସାଧକଙ୍କୁ ନିମନ୍ତ୍ରଣ କରି ସାହିତ୍ୟ ସମ୍ପର୍କିତ ଏକ ବିଶେଷ ଆଲୋଚନାଚକ୍ର କରାଯିବାର ମଧ୍ୟ ଯୋଜନା ରହିଛି।ପ୍ରକାଶ ଥାଉକି, ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ କୋଭିଡ୍ ସମୟରେ ଦୀର୍ଘ ଛଅମାସ ଧରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର କବିକବୟିତ୍ରୀଙ୍କୁ ନେଇ ଅନଲାଇନ କବିତା ଆସର କରି ଢେର୍ ପ୍ରଶଂସା ସାଉଁଟିଥିଲା।ତେଣୁ ଏହି ମହାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭାଗ ବଣ୍ଟନ କରି ଦାୟିତ୍ୱ ଅର୍ପଣ ପରେ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟା ଉତ୍ସାହିତ ହୋଇଉଠିଛନ୍ତି।ବୈଠକରେ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ),ବରିଷ୍ଠ ଉପଦେଷ୍ଟା ଦିବାକର ନାୟକ, ନିରଞ୍ଜନ ସାହୁ,ପ୍ରଭାତି ପଟ୍ଟନାୟକ, କମଳିନୀ ବେହେରା,ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ,ସମ୍ପାଦକ ଭାବଗ୍ରାହୀ ମହାପାତ୍ର,ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ,ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର, ଅରୁଣ କୁମାର ସାହୁ, ପ୍ରଶାନ୍ତ କୁମାର ଦାଶ,ରମାକାନ୍ତ ପ୍ରଧାନ, ରାଧାଗୋବିନ୍ଦ ନାୟକ,ଦୂତୀକୄଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.