ଓଡ଼ଗାଁ,୧୩/୧୨(ନି.ପ୍ର):ଗତ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ୩୩ତମ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ସେମିନାର୍ ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରଦର୍ଶନୀରେ ଜୁନିୟର ବିଭାଗରେ ସରକାରୀ ଉ.ପ୍ରା.ବିଦ୍ୟାଳୟ,ଦଣ୍ଡୋରର ଚତୁର୍ଥଶ୍ରେଣୀ ଛାତ୍ରୀ ତମନ୍ନା ପଟ୍ଟନାୟକ ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ବିଜ୍ଞାନ ସେମିନାରରେ ଓଡ଼ଗାଁ ଆଖୁପଦରସ୍ଥିତ ଆଦର୍ଶ ବିଦ୍ୟାଳୟର ଷଷ୍ଠଶ୍ରେଣୀ ଛାତ୍ରୀ ନୀଲମ୍ ପ୍ରିୟଦର୍ଶିନୀ ତୄତୀୟ ସ୍ଥାନ ହାସଲ କରି ସମଗ୍ର ଜିଲ୍ଲା ତଥା ଓଡ଼ଗାଁ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି।ନୀଲମ୍ ମାଣ୍ଡିଆର ପୌଷ୍ଟିକତା ଓ ଏହାର ଗୁରୁତ୍ୱ ସମ୍ପର୍କରେ ଚମତ୍କାର ଉପସ୍ଥାପନା କରିଥିବା ସହ ତମନ୍ନାଙ୍କ ପ୍ରକଳ୍ପ “ବିନା ବିଜୁଳିରେ ଜଳସେଚନ” ଦର୍ଶକମାନଙ୍କ ମନ ମୋହିଥିଲା।ଉଭୟଙ୍କ ଏହି ସଫଳତା ପାଇଁ ଓଡ଼ଗାଁ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ,ଅତିରିକ୍ତ ଶିକ୍ଷାଧିକାରୀ କମଳିନୀ ବେହେରା, ରବୀନ୍ଦ୍ର କୁମାର ନାୟକ, ସମସ୍ତ ସିଆରସିସି,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର, ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, ଓଡ଼ଗାଁ ଏନପିଏସ୍ ସଂଘ ସଭାପତି ନରେଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ସାହୁ, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ,ଶିକ୍ଷକ ଭାବଗ୍ରାହୀ ମହାପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.