ସୁବର୍ଣ୍ଣପୁର ରେ ସାଧାରଣ ନିର୍ବାଚନକୁ ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ l

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଆସନ୍ତା ସାଧାରଣ ନିର୍ବାଚନର ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନି ମେହେର, ଉପଜିଲ୍ଲାପାଳ ସୋନପୁର ସୂରଜ କୁମାର ପଟ୍ଟନାୟକ , ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପାଢ଼ୀ, ଅବକାରୀ ଅଧୀକ୍ଷକ ସୁମତୀ ତ୍ରିପାଠୀ ,ସମସ୍ତ ବିଡିଓ, ତହସିଲଦାର , ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଯଶସ୍ୱନି ପୋଥାଳ ଏବଂ ନିର୍ବାଚନ ସହିତ ସମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ I ପ୍ରାରମ୍ଭ ରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ କିଭଳି ଭାବରେ ଶାନ୍ତିପୂର୍ଣ୍ଣ ଏବଂ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଏହାପରେ ନିର୍ବାଚନ ସମ୍ଵନ୍ଧିୟ ସମସ୍ତ ପ୍ରସ୍ତୁତି ର ବ୍ଲକ୍ ୱାରି ସମୀକ୍ଷା କରିଥିଲେ I ପ୍ରତିଟି ବୁଥ ରେ ଅସମ୍ପୂର୍ଣ୍ଣ କୋଠା ର ନିର୍ମାଣ ଶେଷ କରିବା, ବିଦ୍ୟୁତ ସଂଯୋଗ, ଶୌଚାଳୟ , ରାମ୍ପ ନିର୍ମାଣ , ପିଇବା ପାଣି ସୁବିଧା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ I ଜିଲ୍ଲା ରେ ଥିବା ସମସ୍ତ ୫୮୬ ଟି ବୁଥ ପାଇଁ ନିର୍ବାଚନ ଅଧିକାରୀ ମନୋନୀତ କରି ସେମାନଙ୍କୁ ଆବଶ୍ୟକ ତାଲିମ୍ ଦେବା, ସେକ୍ଟର ଅଫିସର ମାନଙ୍କୁ ନିଯୁକ୍ତି ତଥା ତାଲିମ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା l ଫେବ୍ରୁଆରି ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ଜିଲ୍ଲପାଳ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ନିର୍ବାଚନ ପର୍ୟ୍ୟନ୍ତ ପ୍ରତି ସପ୍ତାହରେ ଦୁଇଥର ପ୍ରସ୍ତୁତି ସମୀକ୍ଷା ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ

Comments are closed.