ନୂଆଦିଲ୍ଲୀ: ଭାରତର ତାରକା ଜାବେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଆହତ ସମସ୍ୟାରୁ ଧମାକାଦାର କମ୍ବ୍ୟାକ୍ କରିଛନ୍ତି। ନୀରଜ ଚୋପ୍ରା ଶୁକ୍ରବାର ନିଜର ଶ୍ରେଷ୍ଠ ୮୯.୦୮ ମିଟର ଥ୍ରୋ ସହିତ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିଲେ। ନୀରଜ ପ୍ରଥମ ଭାରତୀୟ ଭାବରେ ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହିତ ଆସନ୍ତା ମାସ ୭ ଏବଂ ୮ ତାରିଖରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।କେବଳ ଏତିକି ନୁହେଁ, ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍ ପାଇଁ ମଧ୍ୟ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜ ଚୋପ୍ରା ତାଙ୍କର ପ୍ରଥମ ପ୍ରୟାସରେ ୮୯.୦୮ ମିଟର ଫିଙ୍ଗିଥିଲେ, ଯାହାକୁ ଅନ୍ୟ ଖେଳାଳିଙ୍କୁ ଛୁଇଁବା କଷ୍ଟକର ହୋଇପଡିଥିଲା। ତାଙ୍କର ଶେଷ ଥ୍ରୋରେ ନୀରଜ ଚୋପ୍ରା ୮୦.୦୪ ମିଟରର ଏକ ଟାର୍ଗେଟକୁ ଛୁଇଁଥିଲେ। ଲୌସେନ୍ ଡାଇମଣ୍ଡ ଲିଗରେ ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଯାଦବ ୱାଡଲେଜ୍ ୮୫.୮୮ ମିଟର ଶ୍ରେଷ୍ଠ ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକାର କାର୍ଟିସ୍ ଥମ୍ପସନ୍ ୮୩.୭୨ ମିଟର ଶ୍ରେଷ୍ଠ ଥ୍ରୋ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ନୀରଜ ଗତ ମାସରେ ବିଶ୍ୱ ଚାମ୍ପିଅନସିପ ମ୍ୟାଚ୍ରେ ରୌପ ପଦକ ଜିତିଥିଲେ। ଏହି ମ୍ୟାଚ୍ ସମୟରେ ନୀରଜଙ୍କୁ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରୀ ଦଳ ନୀରଜ ଚୋପ୍ରାଙ୍କୁ ଚାରି ରୁ ପାଞ୍ଚ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ, ଯାହା ପରେ ସେ ବର୍ମିଂହାମରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୨ ରୁ ଓହରି ଯାଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.