କଟକ : ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଡିଜିଟାଲ ଫାଇଭର ତରଫରୁ ପୌରପାଳିକାକୁ ହାତକରି ଚୌଦ୍ୱାର ସହରାଞ୍ଚଳରେ ବାର୍ଷିକ ମାତ୍ର ୫ଶହ ଟଙ୍କା ଭଡ଼ାରେ କେବୁଲ ଓ ଖୁଣ୍ଟ ପକାଇବା ପାଇଁ ପୌରପାଳିକା ଠାରୁ ଏନ୍ଓସି ସାର୍ଟିଫିକେଟ ହାସଲ କରିଥିବା ନେଇ ଚାଲିଥିବା ଅପପ୍ରଚାରକୁ ଚୌଦ୍ୱାର ପୌରପାଳିକା ତରଫରୁ ଖଣ୍ଡନ କରାଯାଇଛି । ଏସମ୍ପର୍କରେ ପୌର କାଉନସିଲ ତରଫରୁ ପୌର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ସ୍ପଷ୍ଟି କରଣ ଦେଇ କହିଛନ୍ତି ଯେ ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ମୋଟ ୮୮ଟି ଖୁଣ୍ଟ ଲଗାଯିବ। ଉକ୍ତ ଖୁଣ୍ଟର ଭଡ଼ାବାବଦକୁ ଖୁଣ୍ଟ ପିଛା ୫ଶହ ଟଙ୍କା ହିସାବରେ ବାର୍ଷିକ ୪୪ହଜାର ଟଙ୍କା କର ଆଦାୟ ହେବ। ଏସମ୍ପର୍କରେ ପୂର୍ବରୁ ପୌର କାଉନସିଲରେ ଏକ ପ୍ରସ୍ତାବ ଗୃହିତ ହୋଇଥିବା ସୂଚନା ଦେଇ ଏନେଇ ସହରବାସୀ ସନ୍ଦେହରେ ନରହିବାକୁ ଉଭୟ ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.