ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ନବୀନ-ପ୍ରଭାତୀ ମୁହାମୁହିଁ।

ଭୁବନେଶ୍ବର : ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ଓ ଉପମୁଖ୍ୟମନ୍ତ୍ରୀ ମୁହାଁମୁହିଁ। କେନ୍ଦୁଝର କଙ୍କାଳ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ନବୀନ କହିଛନ୍ତି, ‘ଡବଲ୍  ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେପଟେ ‘ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ ଏବଂ ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା’ ବୋଲି କହିଛନ୍ତି ନବୀନ।

ସେପଟେ ନବୀନଙ୍କ ଏ ମନ୍ତବ୍ୟର ଜବାବ ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଥିଲେ ‘ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ ପ୍ରଭାତୀ। ‘ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ପ୍ରଭାତୀ ଜବାବ ରଖିଛନ୍ତି।

Comments are closed.