ସୁନ୍ଦରଗଡ଼ : ଜଳିଗଲା ୨ ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ରତନସରା ଡିବିଏଲ କ୍ୟାମ୍ପ୍ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ପରେ ୨ଟି ଟ୍ରକ୍ ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଜଣେ ଡ୍ରାଇଭର ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଅନ୍ୟପଟେ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ।
Sign in
Sign in
Recover your password.
A password will be e-mailed to you.
Comments are closed.