ଉଦଳା : ଘର ଭିତରେ ପଶିଗଲା କାର। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ। ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା କାରରେ ଆସୁଥିବା ବେଳେ ଜଣେ ବାଇକ ଆରୋହୀ ସାମ୍ନାକୁ ଆସିଯାଇଥିଲେ। ଫଳରେ ପ୍ରିୟ ରଞ୍ଜନ ଭାରସାମ୍ୟ ହରାଇ ବସିଥିଲେ।
କାରଟି ସାମ୍ନାରେ ଥିବା ଏକ ଘରେ ପଶିଯାଇଥିଲା। ସୌଭାଗ୍ୟବସତଃ କାର ଚଳାକ ଓ ଘରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେପଟେ ବାଇକ ଚାଳକ ଜଣଙ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଲୋକମାନେ କାରକୁ ଘର ଭିତରୁ ଉଦ୍ଧାର କରିଛନ୍ତି।
Comments are closed.