ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ- ଓଡ଼ିଶା ସରକାର ବୁଝାମଣାପତ୍ର

ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଏସଏମ୍‍ଇ ପ୍ଲାଟଫର୍ମ- ଇମର୍ଜକୁ ଉପଯୋଗ କରି ଆଇପିଓ ବ୍ୟବସ୍ଥାରେ ରାଜ୍ୟର ଏମଏସ୍‍ଏମଇଗୁଡିକ ମଧ୍ୟରେ ପାଣ୍ଠି ସଂଗ୍ରହ ସମ୍ପର୍କିତ ସଚେତନତା ପ୍ରସାର କରିବାକୁ ଏକ ବୁଝାମଣାପତ୍ର (ଏମ୍‍ଓୟୁ) ରାଜ୍ୟ ସରକାର ସ୍ୱାକ୍ଷର କରିଛନ୍ତି। ଓଡ଼ିଶା ସରକାର ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ, ମୁମ୍ବଇ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ଓ ବିନିମୟ ହୋଇଛି ।

ବୁଝାମଣାପତ୍ରର ଅଂଶ ଭାବରେ ଏନଏସ୍‍ଇ ଇମର୍ଜ ପ୍ଳାଟଫର୍ମରେ ପାଣ୍ଠି ସଂଗ୍ରହ ଏବଂ ଲିଷ୍ଟିଂ ପ୍ରକ୍ରିୟାରେ କମ୍ପାନିଗୁଡିକୁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ସରକାରଙ୍କ ସମର୍ଥନରେ ଏନଏସ୍‍ଇ ଆଲୋଚନାଚକ୍ର, ଏମଏସ୍‍ଏମଇ କ୍ୟାମ୍ପ, ଜ୍ଞାନ ଆଧାରିତ ଅଧିବେଶନ, ରୋଡ୍‌ ସୋ’, କର୍ମଶାଳା ଆଦି କାର୍ଯ୍ୟକ୍ରମ ହାତକୁ ନେବ। ଏଥିରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଡ ସତ୍ୟପ୍ରିୟ ରଥ, ଏନଏସଇର ଏମଡି ତଥା ସିଇଓ ଆଶିଷକୁମାର ଚୌହାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆଜି ସୁଦ୍ଧା ଏନଏସ୍‍ଇର ଏମଏମ୍‍ଇ ଇମର୍ଜ ପ୍ଲାଟଫର୍ମରେ ବିଭିନ୍ନ ପ୍ଲାଟଫର୍ମ ଜରିଆରେ ମୋଟ ୪,୬୭୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି ।

Comments are closed.