ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଲାବ ଟପ ପ୍ରଦାନ କଲେ ଜିଲ୍ଲାପାଳ :

ସୁବର୍ଣ୍ଣପୁର-ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କାର୍ଯ୍ୟାଳୟ କକ୍ଷ ରେ ଶିକ୍ଷା ସହାୟକ ଉପକରଣ ଲାପଟପ ପ୍ରଦାନ କରିଛନ୍ତି l ଛାତ୍ରୀ ନମିତା ବାଘ ବର୍ତ୍ତମାନ ରେଭେନ୍ସା କଲେଜ ରେ ଯୁକ୍ତ ତିନି ରେ ଅଧ୍ୟୟନ ରତ l ଦିବ୍ୟାଙ୍ଗ ଙ୍କୁ ଉଚ୍ଚ ଶିକ୍ଷା ରେ ସହାୟକ ହେତୁ ରାଜ୍ୟ ସରକାର ଙ୍କ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଏହି ଲାପଟପ ପ୍ରଦାନ କରାଯାଇଥାଏ l ଜିଲ୍ଲପାଳ ଶ୍ରୀମତୀ ଦାଶ ଙ୍କ ଠାରୁ ଲାପଟପ ଗ୍ରହଣ କରି ନମିତା ଫ୍ରଫୁଲ୍ଲିତ ଓ ଉତ୍ସାହିତ ହୋଇ ଆଗକୁ ଆହୁରି ପଢିବାକୁ ବାକି ଥିବା ବେଳେ ଏହା ପାଠ ପଢାରେ ବିଶେଷ ଉପଯୋଗୀ ହେବ ବୋଲି ପ୍ରକାଶ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି l ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ବିଭଗୀୟ କର୍ମଚାରୀ ପ୍ରମୁଖ ତଥା ଦିବ୍ୟାଙ୍ଗ ଛାତ୍ରୀ ଙ୍କ ବାପା ବୈରାଗୀ ବାଘ ଉପସ୍ଥିତ ଥିଲେ l

Comments are closed.