ଜ଼ିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ତରଫରୁ ଶାନ୍ତି କୁଟୀର, ସୋନପୁର ଠାରେ ବିଶ୍ୱ କୁଷ୍ଠ ଦିବସ ପାଳନ ା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ତରଫରୁ ଶାନ୍ତି କୁଟୀର, ସୋନପୁର ଠାରେ ବିଶ୍ୱ କୁଷ୍ଠ ଦିବସ ପାଳନ ହୋଇଯାଇଛି l ସକାଳୁ ଜ଼ିଲ୍ଲା ପ୍ରଶାସନ ସ୍ୱଚ୍ଛ ଭାରତ ସଂଗଠନ, ସୋନପୁର ଏବଂ ସାମାଜିକ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ଙ୍କ ଦ୍ୱାରା ଶାନ୍ତି କୁଟୀର କୁଷ୍ଠାଶ୍ରମ ତଥା ଆଖ ପାଖ ଅଂଚଳରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା l ସକାଳ ୧୦.୦୦ ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ସମ୍ମିଶ୍ରଣ କାର୍ଯ୍ୟକ୍ରମ ତଥା ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଉପ ଜ଼ିଲ୍ଲାପାଳ ସୋନପୁର ସରୋଜ କୁମାର ପଟ୍ଟନାୟକ, ଜ଼ିଲ୍ଲା କୁଷ୍ଠ ଅଧିକାରୀ , ମୁନିସିପାଲିଟି ଯନ୍ତ୍ରୀ ,ଏ ଡି ପି ଏଚ ଓ, ସୋନପୁର, ଏ ସି ଏସ ଓ, ସୋନପୁର, ଲେପରା କୋଅର୍ଡିନେଟର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ସଚେତନତା ବାର୍ତ୍ତା ଦେଇଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁନିସିପାଲିଟି ଅଧ୍ୟକ୍ଷା ତାମସୀ ତମସ୍ମିତା ନାୟକ , ସୋନପୁର ଯୋଗଦେଇ ଥିଲେ l ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ କୁଷ୍ଠାଶ୍ରମ ର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା l ସମସ୍ତ ଅନ୍ତେବାସୀ ଙ୍କୁ ସ୍ୱଚ୍ଛତା ସାମଗ୍ରୀ ଯଥା ହାଣ୍ଡ ବାଶ , ସାବୁନ, ବ୍ରସ,ଟୁଥପେଷ୍ଟ, ତେଲ, ସରଫ, ଡେଟଲ , ବାଲ୍ଟି, ମଗ, ଭେସଲିନ, ଗାମୁଛା, ଆଦି ପ୍ରଦାନ କରାଯାଇଥିଲା l ଶେଷରେ ଅନ୍ତେବାସୀ ଓ ସମାଜସେଵୀ ମାନେ କୁଷ୍ଠାଶ୍ରମ ର ଅଭାବ ଅସୁବିଧା ବିଷୟରେ ଅଧିକାରୀଙ୍କୁ ଜଣେଇଥିଲେ ଓ ଜ଼ିଲ୍ଲା ପ୍ରଶାସନ ଠାରୁ ତାର ଶୀଘ୍ର ଉପଚାର ର ପ୍ରତିଶୃତି ପାଇଥିଲେ l ସଭା ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ଶ୍ରୀ ପ୍ରଭାସ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଯୁଧିଷ୍ଠିର ଭୋଇ, ରାକେଶ କୁମାର ମିଶ୍ର, ଅମରଜିତ ସାହୁ,ଅନ୍ନଦା ପାଣିଗ୍ରାହୀ, ଜନ୍ମେଜୟ ମହାକୁର, ଆଶୁତୋଷ କହଁର, ଗୁପ୍ତେଶ୍ୱର ପଧାନ, ଉମାକାନ୍ତ ହୋତା, ପୁଷ୍ପକାନ୍ତି ସାହୁ ପ୍ରମୁଖ ସହଯୋଗ କରିଥିଲେ l

Comments are closed.