ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା :

ସୁବର୍ଣ୍ଣପୁର ଜିଲ୍ଲାରୁ ୩୦୬୭ ତୀର୍ଥ ଯାତ୍ରୀ ଦର୍ଶନ ଯାତ୍ରାରେ ସାମିଲ ା

ସୁବର୍ଣ୍ଣପୁର- ବହୁ ପ୍ରତିକ୍ଷୀତ ପବିତ୍ର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା ନିମନ୍ତେ ତା ୩୦/୦୧/୨୪ ରାତ୍ରୀରେ ଜିଲ୍ଲାରୁ ୭୪ ଟି ବସ ଯୋଗେ ସମୁଦାୟ ୩୦୬୭ ଜଣ ଉଭୟ ମହିଳା ଓ ପୁରୁଷ ତୀର୍ଥ ଯାତ୍ରୀ ଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରାକୁ ସୋନପୁର ରୋୟାଲ ପଡିଆ ଠାରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ମାନ୍ୟବର ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯାତ୍ରା ଓ ଯାତ୍ରୀଙ୍କ ଶୁଭକାମନା ପୂର୍ବକ ନଡ଼ିଆ ଭାଙ୍ଗିବା ସହ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି l ଅତିଥି ବୃନ୍ଦ ପବିତ୍ର ଯାତ୍ରାରେ ସାମିଲ ଥିବା ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ କୁଶଳ ଯାତ୍ରା ନିମନ୍ତେ ମଙ୍ଗଳ କାମନା କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକ ରୁ ୮ ଟି ବସ ରେ ୩୨୦ ତୀର୍ଥ ଯାତ୍ରୀ , ବୀରମହାରାଜପୁର ବ୍ଲକରୁ ୮ ବସଯୋଗେ ୩୦୦ ତୀର୍ଥ ଯାତ୍ରୀ , ଡୁଙ୍ଗୁରିପାଲି ବ୍ଲକ ରୁ ୧୩ ଟି ବସ ଯୋଗେ ୫୨୦ ତୀର୍ଥ ଯାତ୍ରୀ , ସୋନପୁର ବ୍ଲକରୁ ୭ ଟି ବସରେ ୨୮୦ ଜଣ, ତରଭା ବ୍ଲକରୁ ୧୦ ଟି ବସଯୋଗେ ୪୨୦ ଜଣ ଯାତ୍ରୀ, ଓ ଉଲୁଣ୍ଡା ବ୍ଲକ ରୁ ୮ ଟି ବସରେ ୩୪୦ଜଣ, ସେହିପରି ସୋନପୁର ପୌରପରିଷଦ ରୁ ୮ ଟି ବସ ଯୋଗେ ୩୦୦ ଜଣ, ବିନିକା ଓ ତରଭା ଏନ ଏ ସି ରୁ ୬ ଟି ଲେଖାଏଁ ବସ ଯୋଗେ ୨୪୦ ଲେଖାଏଁ ଯାତ୍ରୀ ଏହି ପବିତ୍ର ଦର୍ଶନ ଯାତ୍ରା ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି l ତା ୩୧ /୦୧ /୨୪ ରିଖ ରେ ଯାତ୍ରୀ ମାନେ ପବିତ୍ର ପରିକ୍ରମା ପ୍ରକଳ୍ପ ର ଦିବ୍ୟ ଦର୍ଶନ ପୂର୍ବକ ଜଗତର ନାଥ ଜଗନ୍ନାଥ ଙ୍କ ଆଶିଷ କୃପା ଲାଭ କରି ଉକ୍ତ ଦିନ ସନ୍ଧ୍ୟା ରେ ଜିଲ୍ଲା ପ୍ରତ୍ୟାବର୍ତନରେ ବାହାରି ତା ୦୧/୦୨/୨୪ ସକାଳେ ଜିଲ୍ଲା ରେ ପହଞ୍ଚିବେ l ଏହି ପବିତ୍ର ଦର୍ଶନ ଯାତ୍ରାର ଆୟୋଜନ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ଦ୍ୱାରା ଜିଲ୍ଲାର ଜିଲ୍ଲା ପରିଷଦ ବିଭାଗ ର ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସହଯୋଗରେ ଆୟୋଜିତ କରାଯାଇଛି l ଏହି ଯାତ୍ରା କୁ ବ୍ୟବସ୍ଥିତ, ଶୃଙ୍ଖଳିତ ଓ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ବସରେ ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଯାତ୍ରୀଙ୍କ ସୁ ବନ୍ଦୋବସ୍ତ ନିମନ୍ତେ ନିୟୋଜିତ କରାଯାଇଛି l

Comments are closed.