ନକଲି ମେଡିସିନ ମଣିଷ ବ୍ୟବହାର ଯୋଗ୍ୟ ନୁହେଁ: ରାଜ୍ୟ ଡ୍ରଗସ୍ ଟେଷ୍ଟିଂ ଓ ରିସର୍ଚ୍ଚ ଲାବରେଟୋରୀ ପକ୍ଷରୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ନକଲି ଔଷଧକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି । ନକଲି ଔଷଧର ଚେର ଓଡ଼ିଶାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ବ୍ୟାପିଥିବା ଜଣାପଡ଼ିଛି । ଏ ବାବଦରେ ଅଧିକ ଛାନଭିନ୍ କରିବା ପାଇଁ ପୂର୍ବରୁ କ୍ରାଇବ୍ରାଞ୍ଚ ଟିମ୍ ମୁମ୍ବାଇ ଗସ୍ତ କରିଥିଲା । ସୁଦୀପ ମୁଖାର୍ଜୀ ଏହି କଳାକାରବାରର ମାଣ୍ଡରମାଇଣ୍ଡ ହୋଇଥିବା ବେଳେ ତାଙ୍କର ମାକ୍ସ କମ୍ପାନୀରୁ କଟକର ଏକ ସଂସ୍ଥା ଔଷଧ ଆଣିଥିବା ଜଣାପଡ଼ିଥିଲା ।

ତେବେ ଏହା ମଧ୍ୟରେ ନକଲି ଔଷଧର ଲ୍ୟାବ ରିପୋର୍ଟ ସାମ୍ନାକୁ ଆସିଛି । ଜବତ ହୋଇଥିବା ନକଲି ହାଇ ବ୍ଲଡପ୍ରେସର ମେଡିସିନ ମଣିଷ ବ୍ୟବହାର ଅନୁପଯୋଗୀ ବୋଲି ରାଜ୍ୟ ଡ୍ରଗସ ଟେଷ୍ଟିଂ ଓ ରିସର୍ଚ୍ଚ ଲାବରେଟୋରି ରିପୋର୍ଟ ଦେଇଛି । ଗତ ୬ ମାସ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଉଚ୍ଚ ରକ୍ତଚାପ ମେଡସିନ ପଠାଯାଇଛି । ତେଣୁ ଏହି ରିପୋର୍ଟକୁ ନେଇ ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି ।

ସୂଚନାଯୋଗ୍ୟ ଯେ, ଉଚ୍ଚ ରକ୍ତଚାପ ମେଡସିନ ଟେଲମା-୪୦ର ଯାଞ୍ଚ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏଥିସହିତ ବିଭିନ୍ନ ମେଡିସିନ ଦୋକାନରେ ରେଡ୍ କରି ଟିମ୍ ନମୂନା ସଂଗ୍ରହ କରିଥିଲ । କଟକର ମାଣିକଗୋଷ ବଜାରସ୍ଥିତ ଦୁଇଟି ମେଡିସିନ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଔଷଧ ବଜାରକୁ ଛଡ଼ା ଯାଇଥିଲା । ଏହା ମଧ୍ୟରେ ନକଲି ଔଷଧ କାରବାରରେ ସାମିଲ ଥିବା ୨ ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ବେଳେ ଆଉ କିଛି ଗିରଫ ହୋଇଛନ୍ତି ।

Comments are closed.