ଶାଳକାଠ ଚୋରାଚାଲାଣ ବେଳେ ବନବିଭାଗ ହାତରେ ଧରାପଡି ୨ଜଣ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନବିଭାଗ ପକ୍ଷରୁ ଏକ କାଠ ବୋଝେଇ ଗାଡ଼ି ସହ ଦୁଇଜଣ ଗିରଫ । ଉଲୁଣ୍ଡା ପଟରୁ ମହାନଦୀ ପାର ହୋଇ ଯାଉଥିବା ବେଳେ ବିନିକା ବନ ବିଭାଗ କର୍ମଚାରୀ ମାନେ ମହାନଦୀ ବ୍ରିଜ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟାଟା ଏସି ଦୃତଗତିରେ ଆସୁଥିବା ଦେଖୀ ଅଟକାଇଥିଲେ । ପରେ ଏହି ଟାଟା ମେଗା ଏସଇ OD17G7772 ଗାଡିରେ ରେ 23 ଖଣ୍ଡ ସାଲକାଠ ସହ ଦୁଇ ଜଣଙ୍କୁ ଗିରଫ୍ କରିଛି ବନ ବିଭାଗ । ଜବତ କାଠ ର ମୂଲ୍ୟ ପ୍ରାୟ 60,000 ଟଙ୍କା ପାଖାପାଖି ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ରାଜିବ ମହାନନ୍ଦ ଓ ରାଜକୁମାର ବିଭାର ।

ଦୁଇଜଣ ଅଭିଯୁକ୍ତଙ୍କ ଗିରଫ କରି ଟାଟା ମେଗା ଏସଇଇ ଗାଡ଼ି ଓ କାଠକୁ ଜବତ କରି ଏକ ମାମଲା ରୁଜୁ କରିଛି ବନବିଭାଗ। 

Comments are closed.