କଲକାତା (୧୨/୮) :ବିଳାସପୁର ଛତିଶଗଡ଼ରୁ ପ୍ରକାଶିତ ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ନବମ ସଂଖ୍ୟା ଏକ ସ୍ବତନ୍ତ୍ର କବିତା ଆସରରେ ଉନ୍ମୋଚିତ ହୋଇଯାଇଛି। ପ୍ରାରମ୍ଭିକ ସ୍ୱସ୍ତି ବାଚନ ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ସ୍ୱନାମଧନ୍ୟ ଗାୟକ ଏସ କେ ରାୟଗୁରୁ ଜଗନ୍ନାଥ ମହାପ୍ରଭୁଙ୍କର ଭଜନ ପରିବେଷଣ କରିଥିଲେ ଏବଂ ତା ପରେ ବିମୋଚିତ ହୋଇଥିଲା ସୂର୍ଯ୍ୟପ୍ରଭା । ବରିଷ୍ଠ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟ ତଥା ବିଶିଷ୍ଟ କବୟିତ୍ରୀ ମୈତ୍ରେୟୀ କମିଳାଙ୍କ ପରିଚାଳନାରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡଃ ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ କବି କବୟିତ୍ରୀମାନଙ୍କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ କରିଥିଲେ । ନିଳାଦ୍ରୀ ପ୍ରକାଶ ମହାନ୍ତିଙ୍କ ପରିକଳ୍ପିତ ସୂର୍ଯ୍ୟପ୍ରଭାର କମନୀୟ କଳେବର ସମସ୍ତଙ୍କୁ ଆକର୍ଷିତ କରିଥିଲା। ଚର୍ଚ୍ଚାରେ ସୂର୍ଯ୍ୟପ୍ରଭାର ଉତ୍ତରୋତ୍ତର ବିକାଶ ପାଇଁ ସମ୍ଭାବ୍ୟ ଉପାୟ ବିଷୟରେ ଆଲୋକପାତ କରିଥିଲେ ସନାତନ ମହାକୁଡ଼ । ତତ୍ ପଶ୍ଚାତ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । ବିଶିଷ୍ଟ କବି ସୁବ୍ରତ ରଥ , ଡଃ ଚିତ୍ତରଞ୍ଜନ କୁଣ୍ଡୁ , ଅରୁଣ କୁମାର ମହାପାତ୍ର ,କାଶୀନାଥ ପଣ୍ଡା , ପ୍ରଭାତ ଆଚାର୍ଯ୍ୟ , ସନାତନ ମହାକୁଡ଼ , ଅନଙ୍ଗ ଭୂଷଣ ମହାନ୍ତି , ହେମନ୍ତ କୁମାର ବରାଇ , ଶିଶିର କୁମାର କର, ସୁଦର୍ଶନ ସେଠୀ , ବାମନ ଚନ୍ଦ୍ର ଦୀକ୍ଷିତ ଏବଂ ବିଶିଷ୍ଟ କବୟିତ୍ରୀ ମୈତ୍ରେୟୀ କାମିଳା , କଳ୍ପନା ମିଶ୍ର ,ପ୍ରଣତି ପଣ୍ଡା , ମଧୁସ୍ମିତା ମହାପାତ୍ର , ଚନ୍ଦ୍ରା ମିଶ୍ର , ଆରତୀ ଦାସ , ଜୟନ୍ତୀ ନାୟକ , ସୁବାସିନୀ ଦାଶ , କବିତା ମହାପାତ୍ର , ପୁଷ୍ପାଞ୍ଜଳୀ ପତ୍ରୀ , ସୁଭାଗିନୀ ସିଂହ , ମନୋରମା ମିଶ୍ର ଆଦି ସ୍ୱରଚିତ କବିତା ପାଠ କରିଥିଲେ । ମୈତ୍ରୟୀଙ୍କ ସଂକ୍ଷିପ୍ତ ଏବଂ ସମୃଦ୍ଧ ସମୀକ୍ଷା ସମସ୍ତଙ୍କୁ ଆକର୍ଷିତ କରିଥିଲା । ଅନ୍ତିମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ରିପୋର୍ଟ-ସନାତନ ମହାକୁଡ଼