ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଚନ୍ଦ୍ରଶେଖରନ୍‌ଙ୍କ ଇସ୍ତଫା

0

ନୂଆଦିଲ୍ଲୀ: ଟାଟା ସନ୍ସର ଅଧ୍ୟକ୍ଷ (ଚେୟାରମ୍ୟାନ୍‌) ପଦରୁ ବୁଧବାର ଏନ୍‌. ଚନ୍ଦ୍ରଶେଖରନ୍ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର ଚଳିତ କାର୍ଯ୍ୟକାଳ ଆସନ୍ତାବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଥିବାରୁ ସେତେବେଳ ପର୍ଯ୍ୟନ୍ତ ସେ ନିଜ ଦାୟିତ୍ବ ନିର୍ବାହ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଅଗଷ୍ଟ ୧୮ ତାରିଖରେ ହେବାକୁ ଥିବା ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଚନ୍ଦ୍ରଶେଖରନ୍‌ଙ୍କ ଇସ୍ତଫା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଚନ୍ଦ୍ରଶେଖରନ୍‌ଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରେ ପୁନଃନିଯୁକ୍ତିକୁ ନେଇ ଟାଟା ଟ୍ରଷ୍ଟ୍‌ସ ତରଫରୁ ବିରୋଧ କରାଯାଇଥିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରନ୍‌ ୧୯୮୭ରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ୨୦୦୯ରେ ସେ ଟିସିଏସ୍‌ର ସିଇଓ ଭାବେ ଅବସ୍ଥାପିତ ହୋଇଥିଲେ। ୨୦୧୭ରୁ ସେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ।

Leave A Reply

Your email address will not be published.