ମୋ ଲେଖା ମୋ ଦୁନିଆ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ଅନଲାଇନ୍ କବିତା ପାଠୋତ୍ସବ

କଳାହାଣ୍ଡି : ସ୍ୱାଧୀନତାର ଅମୃତ ମହୋତ୍ସବରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ତରଫରୁ ଯୁବକବି ଖୁସିରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀରୁ ଶ୍ରୀ ମଳୟ କୁମାର ବେହୁରା ଯୋଗଦେଇ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ ମନେପକାଇ ଥିଲେ ଏବଂ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଯେଉଁ ସୁନ୍ଦର ପ୍ରୟାସ କରି ଆସୁଅଛି ବାସ୍ତବିକ ତାହା ପ୍ରଶଂସନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀମତି ମମତା ବେହୁରା ଅନୁଷ୍ଠାନର ମଙ୍ଗଳ କାମନାକରି ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଥିରେ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ଅନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲ,ସ୍ବର୍ଣ୍ଣ ପଦକ ପ୍ରାପ୍ତ ଯୋଗଗୁରୁ ଶ୍ରୀ ସନାତନ ମହାକୁଡ଼, ଉପଦେଷ୍ଟା ଭାରତୀ ରଥ, ରାଜକିଶୋର ମୁଣ୍ଡି, ମନ୍ମଥ ସ୍ବାଇଁ, ସୁଶାନ୍ତ ରଣା,କମଳିନୀ ଚଣ୍ଡୀ ଉପସ୍ଥିତ ଥିଲେ । ଏଥିରେ ବଲାଙ୍ଗୀରରୁ ବିଜୟ କୁମାର ତାଣ୍ଡି ,ଶଙ୍କର୍ ପ୍ରସାଦ ରଣା,ଶୁଭ୍ରାଂଶୁ ଭୂଷଣ ମେହେର, କଳାହାଣ୍ଡି ର ପ୍ରିୟଦର୍ଶିନୀ ମିଶ୍ର, ଚିତ୍ତରଂଜନ ସାହୁ,ଅରବିନ୍ଦ ସାହୁ,ସୁଶାନ୍ତ ରଣା, ଅଗ୍ନି କୁମାର ସାହୁ,ନିତ୍ୟାନନ୍ଦ ସିଂହ ଟିକେମଣି ବୁଦ୍ଧିଆ,ଉର୍ମିଳା ଗଉଡ, କଟକ ର ବିଜୟ କୁମାର ସ୍ୱାଇଁ,ଅକ୍ଷୟ କୁମାର ସାହୁ ,ଅମୂଲ୍ୟ କୁମାର ନାୟକ, ରାଜ କିଶୋର ମୁଣ୍ଡି,ସସ୍ମିତା ବେହେରା, ନୟାଗଡ଼ ର ଅଶୋକ କୁମାର ନାୟକ, ନୀହାରିକା ପଣ୍ଡା, ଆଶୁତୋଷ ରାଉତ,କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା,ଭଦ୍ରକ ର ବେଣୁଧର ବେହେରା,ସରୋଜ କୁମାର ବେହେରା,ପ୍ରଭାତ କୁମାର ମଲ୍ଲିକ, ଜଗତସିଂହପୁର ର ରଞ୍ଜିତା ସାହୁ,ଯାଜପୁର ର ଜଗଦୀଶ ଶତପଥୀ,ଅନସୂୟା ମଲ୍ଲିକ,ସୁରେନ୍ଦ୍ର କୁମାର ବେହେରା,ମମତା ମଞ୍ଜରୀ ସାହୁ ,ବିଜୟ କେତନ ରାଉତରାୟ,ଢେଙ୍କାନାଳ ର ସାରଙ୍ଗ ଧର ସାହୁ, ଅରୁନ୍ଧତୀ ଲେଙ୍କା,ନିରଞ୍ଜନ ସାହୁ, ସମ୍ବଲପୁର ର ଜ୍ଞାନେଦ୍ରୀୟ ଦାଶ,ଅନୁଗୋଳ ର ଦୀପକ କୁମାର ସାହୁ, କୁମାର ସ୍ବାଇଁ, ସୁବତ୍ର କୁମାର ପ୍ରଧାନ, କେନ୍ଦୁଝର ର ସଞ୍ଜୟ କୁମାର ସାହୁ, ରତି ନାରାୟଣ ରାଉତ,ଗଞ୍ଜାମ ର କୁସୁମ କୁମାରୀ ପଣ୍ଡା,ପ୍ରବୀଣ କୁମାର ଖାଡଙ୍ଗା,ମଧୁସ୍ମିତା ସାହୁ,ବୁଲୁ ବିଷୋୟୀ, ମୟୁରଭଞ୍ଜ ର ଜୟଶ୍ରୀ ଖଟୁଆ,ଗଜପତି ର ସୁରଥ ପାଇକ, ବରଗଡ଼ ର ସୁଷମା ମଞ୍ଜରୀ ଦାଶ,ଅନୂଷୟା ଦେବତା, ନୂଆପଡା ର ଗିତାଞ୍ଜଳି ମାଝି,ବାରିପଦା ର ମିନତି ଦାଶ,ଭୁବନେଶ୍ୱର ର ରୀତା ଅପରାଜିତା ମହାନ୍ତି,ନିଲାମ୍ବର ମହାନ୍ତି ପ୍ରମୁଖ କବି ଓ କବୟିତ୍ରୀ ଅଂଶଗ୍ରହଣ କରି ‘ହର୍ ଘର୍ ତ୍ରିରଙ୍ଗା’ ଶୀର୍ଷକକୁ ନେଇ ନିଜ ନିଜ କବିତା ପାଠ କରିଥିଲେ ।

Comments are closed.