ଦେଶାତ୍ମବୋଧକ କବିତା ଆସର ଓ ଇ-ପତ୍ରିକା ଉନ୍ମୋଚନ

ଭଦ୍ରକ ତା15/5: ରବିବାର ସନ୍ଧ୍ୟା ଘ ୦୬ : ୦୦ ଟିକା ସମୟରେ ଜାତୀୟ କବି ଲେଖକ ସଂଗଠନ, ଭଦ୍ରକ ଓ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ଏକ ଦେଶତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖପତ୍ର ତ୍ରୟୋମାସିକ ଇ-ପତ୍ରିକା ଆମ ଅଙ୍ଗୀକାର ଦ୍ଵିତୀୟ ସଂଖ୍ୟାର ଶୁଭ ଉନ୍ମୋଚନ ମଧ୍ୟ ଅନୁଷ୍ଠିତ ହୋଇଅଛି ।
ବହୁ ସଂଖ୍ୟାରେ କବି କବୟିତ୍ରୀ ବୃନ୍ଦ ନିଜର ସ୍ୱରଚିତ କବିତା ଆବୃତ୍ତି କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଏହି ଆସରର ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ସଂପାଦକ କବି ଶ୍ରୀଯୁକ୍ତ ଦୀନବନ୍ଧୁ ବେଜ ମହୋଦୟ ପରିଚ଼ୟ ପ୍ରଦାନ କରିଥିଲେ କାର୍ଯ୍ୟକାରୀ ସଂପାଦକ ଶ୍ରୀମାନ ଅନନ୍ତ କୁମାର
ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ବିଜୟଶ୍ରୀ ନାଥ ମହୋଦୟା । ଆସରର ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରଭାତ କୁମାର ମଲ୍ଲିକ ମହୋଦୟ ,ବିଶିଷ୍ଟ ଜାତୀୟବାଦ କବି, ଯାଜପୁର
ଆସରର ମୂଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଦାଶ ମହୋଦୟ ,ସାହିତ୍ୟ ଏକାଡେମୀ ସଦସ୍ୟ, ବାଲେଶ୍ଵର । ଆସରର ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ଡଃ ରମାକାନ୍ତ ନାୟକ ମହୋଦୟ ଅବସରପ୍ରାପ୍ତ ପ୍ରଧ୍ୟାପକ ,ଭଦ୍ରକ,ଆସରର ସମ୍ମାନିତ ଅତିଥି ଶ୍ରୀମତୀ ମମତା ଜେନା, ମହୋଦୟା ବିଶିଷ୍ଟ ସମାଜସେବୀ, ଭଦ୍ରକ, ଅନୁଷ୍ଠାନର ଉପଦେଷ୍ଟା ଆସର ସଭାପତି ଭାବରେ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା ସଭାପତିତ୍ଵ କରିଥିଲେ । କବୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଳତା ପଟ୍ଟନାୟକ* ମହୋଦୟ ପ୍ରଧାନ ଶିକ୍ଷୟିତ୍ରୀ . ପବ୍ଲିକ ସ୍କୁଲ , ନବରଙ୍ଗପୁର
କବୟିତ୍ରୀ ଶ୍ରୀମତୀ ତାନଶ୍ରୀ ପାଣିଗ୍ରାହୀ ମହୋଦୟା ଶିକ୍ଷୟିତ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ବାଲେଶ୍ବର କବିତା ଗୁଡିକୁ ସୁନ୍ଦର ସଂଯୋଜନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଉପ ସଭାପତି ଶ୍ରୀଯୁକ୍ତ ରାଖାଲ ସ୍ଵାଇଁ । ଆସରରେ ପ୍ରଥମ ଉପସ୍ଥିତି ପ୍ରଥମ ଆଧାରରେ ଯୋଗ ଦେଇଥିବା କବି/କବୟିତ୍ରୀଙ୍କୁ କ୍ରମାନୁସାରେ କବିତା ପଠନପାଇଁ ଆହ୍ବାନ କରାଯାଇଥିଲା । ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବହୁ ସଂଖ୍ୟାରେ କବି/କବୟିତ୍ରୀ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ..।

Comments are closed.