ଏମ୍ ଏନ୍ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ଵଚ୍ଛତାପକ୍ଷ ପାଳନ ଓ ସଫେଇ କାର୍ଯ୍ୟକ୍ରମ

0

ପଟ୍ଟାମୁଣ୍ଡାଇ ୭/୯ : ପଟ୍ଟାମୁଣ୍ଡାଇ ପୈାରପରିଷଦ ଅନର୍ଗତ ସର୍ବ ପୂରାତନ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ପରିସରରେ ଏନ ସି ସି କାଡେଟ୍ସ, ସ୍କାଉଟ , ଗାଇଡ, ଜୁନିଅର୍ ରେଡ୍ କ୍ରସ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବଚ୍ଛତାପକ୍ଷ ପାଳନ ସହ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରାଉତରାୟଙ୍କ ପରାମର୍ଶ କ୍ରମେ ଏନ ସି ସି ଅଫିସର ସରୋଜ କୁମାର ସ୍ୱାଇଁ, ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାଶ, ଶିକ୍ଷୟିତ୍ରୀ ଅନିତା ଧଳ,ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ଶିକ୍ଷକ ଅନିଲ କୁମାର ଦାସଙ୍କ ସହଯୋଗରେ ୧୦୦ ଜଣ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀଙ୍କ ସମେତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ।

ପିଲାମାନେ ବିଦ୍ୟାଳୟ ପରିସର ସଫା କରିବା ସହ “ସ୍ୱଚ୍ଛତା ହି ସେବା”, “ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ” ପ୍ରଭୁତି ସ୍ଲୋଗାନ ଦେଇ ଉପସ୍ଥିତ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ। ପରିବେଶ ସ୍ୱଚ୍ଛ ରଖିଲେ କିପରି ରୋଗ ଦୁରୀଭୂତ ହେବ ଏବଂ ଆମେ ନିରୋଗ ରହିବା ଏହି ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଏନ ସି ସି କାଡେଟ୍ସ , ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିବେଶକୁ ପରିଷ୍କାର ରଖିବା ଓ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ନ କରିବା ପାଇଁ ଏକ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ଵିନୋଦ କୁମାର ନାଥ, ଵିନୋଦ କୁମାର ଜେନା, ଅଭିଷେକ ନାୟକ, ଶାଶ୍ଵତୀ ସୁଭାଦର୍ଶନି ସାହୁ, ଗୋମତୀ ସ୍ବାଇଁ,ପ୍ରଭୁତି ଉପସ୍ଥିତ ରହି ପିଲାମାନଙ୍କୁ ସହଯୋଗ କରିଥିଲେ।

Leave A Reply

Your email address will not be published.