ମୋହନା: ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଳା ମୋହନା ବ୍ଲକ ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗଗନ କୁମାର ଦାଶଙ୍କ ଆହ୍ୱାନରେ ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମିଳିତ ଶିକ୍ଷକ ସଂଘର ବୈଠକ ବସି ସଂଘର କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଶୁକଦେବ ଗମାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ କବିରାଜ ମଳିକ, କାର୍ଯ୍ୟକାରୀ ସଭାପତି ରମେଶ କୁମାର କହଁର, ପ୍ରଦୀପ କୁମାର ବର୍ଦ୍ଧନକ, ଉପ ସଭାପତିକ ଦିବାକର ନାୟକ, ଗୀତାଞ୍ଜଳି ମହାପାତ୍ର, ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସହସମ୍ପାଦକ ଆକାଶ ପଣ୍ଡା, କୋଷାଧ୍ୟକ୍ଷ ନୀଳମାଧବ ଦଳେଇ ମନୋନୀତ ହୋଇଛନ୍ତି । ଗଣମାଧ୍ୟମ ସଂଯୋଜକ ଭାବେ ଗଗନ କୁମାର ଦାଶ, ସୁକାନ୍ତ କୁମାର ନାୟକ, ଉପଦେଷ୍ଟା ମୂରଲି ପାତ୍ର, ଶୁକଦେବ ଗମାଙ୍ଗ, ରମେଶ ଦଳାଇ ଓ ସଦସ୍ୟ ଭାବେ ସୁଶାନ୍ତ ନାୟକ, ଭରତ ପାଣ୍ଡି, ସ୍ୱପ୍ନେଶ୍ୱର ରାଉତ, ଶୁଭାଶିଷ ଜେନା ମନୋନୀତ ହୋଇଛନ୍ତି । ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.