ଜୟପୁର ,ଏ.ଭେଙ୍କଟ ରାଓ :ମାଁ ଦଶଭୁଜାମହାମାୟାଙ୍କ ଅପାର କରୁଣା ରୁ ଆଜି ପାରାବେଢ଼ା ଦଶହରା ପୂଜା ନିମନ୍ତେ ଭୂମି ପୂଜନ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହ ସମାହିତ ହୋଇ ଯାଇଛି ।ତତ୍ ସହ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଦଶହରା କମିଟି ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।


ଏହି ବୈଠକ ରେ ଏହି ବର୍ଷ ଦୁର୍ଗା ପୂଜା – ୨୦୨୬ ନିମନ୍ତେ ଶ୍ରୀ k. ମୌଳିଧର (ସଭାପତି), ଶ୍ରୀ ସୂର୍ଯ୍ୟ ପଟ୍ଟନାୟକ (ସମ୍ପାଦକ) ଓ ଶ୍ରୀ ରାମ ପ୍ରସାଦ ବ୍ରହ୍ମା ଙ୍କୁ (କୋଷାଧିକ୍ଷ) ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।ନବ ନିର୍ବାଚିତ ପାରାବେଢ଼ା ଦୂର୍ଗାପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତ ସଭ୍ୟସଭ୍ୟା ସ୍ବାଗତ ଜଣାଇଥିଲେ ଓ ସେମାନଙ୍କ ନେତୃତ୍ୱରେ ଶାରଦୀୟ ଦୂର୍ଗାପୂଜା ର ସଫଳ ସମ୍ପାଦନା ନିମନ୍ତେ ବିଶ୍ୱାସ ଜାହିର କରିଥିଲେ ।