ନୟାଗଡ଼ (୩୧/୮): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧ ଠାରେ ଆଜି ନିଶାମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କିତ ସଚେତନତା ସଂପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ଆଦର୍ଶ ଥାନାର ଏ ଏସ୍ ଆଇ ଚକ୍ରଧର ସିଂ,ବୈକୁଣ୍ଠ ନାଥ ସ୍ୱାଇଁଙ୍କ ସମେତ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ନିଶା ଆମ ଶରୀରକୁ ନଷ୍ଟ କରିବା ସହିତ ଆମକୁ ବିଭିନ୍ନ ଦୁଃସାଧ୍ୟ ରୋଗରେ ପକାଇଥାଏ।ପରିବାର ଓ ଗାଁ ଠାରୁ ପ୍ରଥମେ ଆମେ ନିଶାକୁ ଦୂରରେ ରଖିବା।ନିଶାମୁକ୍ତ ପାଇଁ ନିଶାନିବାରଣ କେନ୍ଦ୍ର ସହିତ ଯୋଗାଯୋଗ କରିବା।ଥାନା ସହିତ ଯୋଗାଯୋଗ କରି ସେ ବ୍ୟକ୍ତିଙ୍କୁ ସଚେତନ କରିବା।ନିଶାମୁକ୍ତ ଘରଠାରୁ ଆରମ୍ଭ କରି ନିଶାମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ।ପରିଶେଷରେ ସଭିଏଁ ଏଥିପାଇଁ ଶପଥପାଠ କରିଥିଲେ।ଶିକ୍ଷିକା ରୀତାପଣ୍ଡା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼ ।
Comments are closed.