କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀଣୀ ବୈଠକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଗରାପୁର ସ୍ଥିତ ଜିଲ୍ଲା କାର୍ଯ୍ୟଳୟରେ ସଭାପତି କୁଳମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ଭାରତୀୟ ଯାଦବ ନେତା ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସାରା ଜିଲ୍ଲାରେ ଜାତିଭିତ୍ତିକ ଜନଗଣନା ସର୍ଭେ କାର୍ଯ୍ୟ କ୍ରମ ପ୍ରାୟ ୫o ଭାଗ ଶେଷ ହୋଇଛି ବୋଲି ସମୀକ୍ଷାରୁ ଜଣାପଡିଥିଲା l ସାଧରଣ ସମ୍ପାଦକ ପ୍ରଭାକର ପଲlଇ ପୂର୍ବ ବୈଠକ ବିବରଣୀ ପଠନ, ସଭାର ଲକ୍ଷ ଉଦ୍ଦେଶ୍ୟ ବିଷୟରେ ବିବରଣୀ ଦେବା ଶହ ଆଗାମୀ ନଭେମ୍ବର ୧୫ ସୁଦ୍ଧା ସର୍ଭେ କାର୍ଯ୍ୟକ୍ରମ ଶେଷ କରିବା ସହିତ ସମସ୍ତ ପଞ୍ଚାୟତ ଓ ବ୍ଲକ କମିଟି ଗଠନର ଲକ୍ଷ ରଖାଯାଇଛି l ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲାପୂର୍ଣ୍ଣ ଗଠନ ସହିତ ସମାବେଶ ହେବବୋଲି ନିଷ୍ପତ୍ତି ହୋଇଛି l ଏହି ବୈଠକରେ କାର୍ଯ୍ୟକରୀ ସଭାପତି ବିଜୟ ପରିଡା, ଉପସଭାପତି ମନୋଜ ପରିଡା, ବିସିକେଶନ ଦାସ ଧୀରେନ୍ଦ୍ର ପୁଷ୍ଟି, ରବିଦ୍ର ପରିଡା, ନାରାୟଣ ଦାସ, ପଞ୍ଚାନନ ଦାସ, ମହିଳା ନେତ୍ରୀ ସୁଜାତା ବାରିକ, ସରୋଜିନୀ ଦାସ, ମଧୁସୂଦନ ଦାସ, ପ୍ରଦୀପ ମହାପାତ୍ର, ବିରଞ୍ଚି ଦାସ, ଛବି ମହାକୁଡୁ, ଅଜୟ ଦାସ, ଗୋଲଖ ମହାଭୋଇ, ପ୍ରମୋଦ ଦାସ ପ୍ରମୁଖ ନିଜ ନିଜ ମତ ରଖିଥିଲେ l ଏହି ବୈଠକ ରେ ୫ ଜଣ ପ୍ରତିନିଧିଙ୍କୁ ନିର୍ବାଚିତ କରାଯାଇଥିଲା l ଉପସଭାପତି ଭାବେ ବିଜୟ ଦାସ, ବୃନ୍ଦାବନ ଦାସ ସମ୍ପାଦକ ରୂପେ ପ୍ରଭାତ ଦାସ ଏବଂ ସଂଞ୍ଜଜିକା ଭାବେ ସସ୍ମିତା ଦାସ (ରାଜନଗର )ସସ୍ମିତା ପାଲଇ କେନ୍ଦ୍ରାପଡ଼ା ଶେଷରେ ସଚ୍ଚିଦାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Comments are closed.