ନମଃ ଲକ୍ଷ୍ମୀନାରାୟଣ

ଅର୍ଜୁନୀ ଚରଣ ବେହେରା

ନମଃ ଲକ୍ଷ୍ମୀନାରାୟଣ ବଇକୁଣ୍ଠ ବାସୀ l
ବିକୁଣ୍ଠ ଚିତ୍ତରେ ବୈକୁଣ୍ଠରେ ଅଛ ବସି ll
ହସ୍ତଯୋଡ଼ି ବିନତାନନ୍ଦନ ଆଗେ ଉଭା l
ଲକ୍ଷ୍ମୀନାରାୟଣ ମୂର୍ତ୍ତି ଉପମା କି ଦେବା?
ଫଣା ବିସ୍ତାରି ଅଛନ୍ତି ନାଗ ଶେଷଦେବ l
ତ୍ରେତୟା ଲକ୍ଷ୍ମଣ ଦ୍ୱାପରରେ ବଳଦେବ ll
ପାଦ ଚାପୁଛନ୍ତି ମାତା ଲକ୍ଷ୍ମୀ ଠାକୁରାଣୀ l
ଜଗତେ କାହିଁ ଅଛନ୍ତି ତା’ ପରି ଘରଣୀ ll
ସାଗର ମନ୍ଥନେ ମାତେ ଜନମ ଲଭିଲେ l
ଶ୍ରୀହରିଙ୍କ କୋଳମଣ୍ଡି ଜଗତ ମୋହିଲେ ll
ରତ୍ନାକର ରାଜଜେମା ବହୁ ରତ୍ନେ ଭୁଷା l
ବନ୍ଦନା କରୁଛି ମାଆ କାଳ ଏହି ଉଷା ll
ପଦ୍ମପୁଷ୍ପେ ବାସ ମାତ ମାଆ ପଦ୍ମାଳୟା l
ଦୀନ ଦୁଖୀଜନେ ସଦା ରଖୁଥିବୁ ଦୟା ll
ହରିପ୍ରୀୟା କର ଦୟା ମାଆ କମଳିନୀ l
ପଦ୍ମ ପୟରେ ଆଶ୍ରୟ ଜଗତର ପ୍ରାଣୀ ll
ଅନ୍ନପୂର୍ଣ୍ଣା,ଲୋକମାତା, ଜଗତ ଜନନୀ l
ପଦ୍ମା,କ୍ଷିରାବ୍ଧିତନୟା,ରମା,ନାରାୟଣୀ ll
ଶ୍ରୀପିଠେ ସୁରପୂଜିତ ଶ୍ରୀମନ୍ଦିରେ ବିଜେ l
ଲକ୍ଷ୍ମୀନାରାୟଣ ପାଦପଙ୍କଜେ ମୁଁ ଭଜେ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.