ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ପିଚୁକୁଳି ଗ୍ରାମ ପଞ୍ଚାୟତସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳ ଓ ରାମକୃଷ୍ଣ ମିଶନ୍ ଆଶ୍ରମ, ପୁରୀ ମିଳିତ ଆନୁକୂଲ୍ୟରେ ଖଣତି ଗ୍ରାମର ମହାବୀର ମନ୍ଦିର ପରିସରରେ ଏକ ଶୀତକାଳୀନ ରିଲିଫ୍ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ଆବାହକ ପ୍ରାଧ୍ୟାପକ ସର୍ବେଶ୍ବର ସାହୁଙ୍କ ନେତୃତ୍ବରେ ରାମକୃଷ୍ଣ ସେବାଶ୍ରମର ସଭାପତି ବିଜୟ କୁମାର ମହାପାତ୍ର, ସଂପାଦକ ଗୋଲକ ଚନ୍ଦ୍ର ସାହୁ, ଉପସଭାପତି ରାଜକିଶୋର ଛୁଆଳସିଂହ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ସଦସ୍ଯ ବାବାଜୀ ବେହେରା ଓ ରବୀନ୍ଦ୍ର କୁମାର ଜେନା, କଡବ ଗ୍ରାମର ସ୍ବେଚ୍ଛାସେବୀ ରାମଚନ୍ଦ୍ର ବଳିୟାରସିଂହ ଓ ନିରଞ୍ଜନ ସୁବୁଦ୍ଧି, ଆଦି ଯୋଗଦେଇ ଆଖପାଖ ଅଞ୍ଚଳର ୧୦୦ଜଣ ଗରିବ ଅସହାୟ ବ୍ଯକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଆଶ୍ରମର ସଦସ୍ଯ ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା ପ୍ରଥମେ ରାମକୃଷ୍ଣ ପରମହଂସ ଓ ସ୍ବାମୀ ବିବେକାନନ୍ଦଙ୍କ ସେବାଧର୍ମର ତାତ୍ତ୍ଵିକ ଦିଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକାତାଳ ରାମକୃଷ୍ଣ ସେବାଶ୍ରମର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.