‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ଜୀବନର ହିରୋଇନ୍‌ଙ୍କ ବିଷୟରେ କହିଲେ ଦୂତୀ ଚାନ୍ଦ୍

ମୁମ୍ବାଇ: ‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ବାନ୍ଧବୀଙ୍କ ସଂପର୍କରେ ଖୋଲାଖୋଲି ଭାବେ କହିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ୍‌। ସବୁ ଝିଅଙ୍କ ଜୀବନରେ ଜଣେ ହିରୋ ଥାଆନ୍ତି ବୋଲି ସୋ’ର ଆଙ୍କର୍‌ କହୁଥିବା ବେଳେ ‘ମୋ ଜୀବନରେ ହିରୋ ନୁହେଁ, ହିରୋଇନ୍‌ ଅଛି’ ବୋଲି ଖୋଲାଖୋଲି ଭାବେ କହିଛନ୍ତି ଦୂତୀ।

ନିଜର ସମଲୀଙ୍ଗୀ ସଂପର୍କ ବିଷୟରେ ଖୋଲାଖୋଲି ଭାବେ କହିବାରେ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି। ସେ ୨୦୧୯ ମସିହାରେ ଜଣେ ଝିଅ ସହ ପ୍ରେମ ସଂପର୍କରେ ଥିବା କଥା ଖୁଲାସା କରିଥିଲେ।

‘ଝଲକ ଦିଖ୍‌ଲା ଯା-୧୦’ର ଏକ ପ୍ରମୋ ଭିଡିଓରେ ଦେଖିବାକୁ ମିଳିଛି ଯେ ଦୂତୀ ଆମିର ଖାନ୍‌ଙ୍କ ପରି ପୋଷକ ପରିଧାନ କରି ‘ଆତି କ୍ୟାୟା ଖଣ୍ଡାଲା’ ଗୀତରେ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି।

ଦୂତୀ ତାଙ୍କ ବାନ୍ଧବୀଙ୍କ କଥା କହିବା ମାତ୍ରେ ତାଙ୍କ ବାନ୍ଧବୀଙ୍କୁ ମଞ୍ଚରୁ ଭିଡିଓ କଲ୍‌ କରାଯାଇଥିଲା। ଦୂତୀଙ୍କ ବାନ୍ଧବୀ ପରଦାରେ ଦେଖିବାକୁ ମିଳିଥିଲେ ଓ ସମସ୍ତଙ୍କୁ ନମସ୍କାର ବୋଲି କହିବା ପରେ ଦୂତୀଙ୍କୁ ‘ଆଇ ଲଭ୍‌ ୟୁ ଗେଲ୍‌ହୁ’ ବୋଲି କହୁଥିବାର ଦେଖିବାକୁ ମିଳିଛନ୍ତି।

ଭଲପାଇବା ଲିଙ୍ଗ, ଜାତି, ବର୍ଣ୍ଣ କିଛି ଦେଖେନା ବୋଲି କହି ଦୂତୀ କହିଥିବା ବେଳେ ଉପସ୍ଥିତ ବିଚାରପତିମାନେ ବି ତାଙ୍କ ଭାବନାକୁ ସମ୍ମାନ ଜଣାଇଥିଲେ। ଏପରିକି ସେ ସମସ୍ତ ସମଲୀଙ୍ଗୀଙ୍କ ପାଇଁ ଜଣେ ପ୍ରେରଣା ହୋଇ ରହିବେ ବୋଲି ସିନେ ନିର୍ଦ୍ଦେଶକ କରଣ ଜୋହର କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

Comments are closed.