ଝାଡ଼ଖଣ୍ଡ କଂଗ୍ରେସ ସାଂସଦଙ୍କ ଉପରେ ଆୟକର ଚଡ଼କ ! ଓଡ଼ିଶା, ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଚଢଉ

ରାଞ୍ଚି: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଝାଡ଼ଖଣ୍ଡର ରାଞ୍ଚି, ଲୋହରଦଗା ଓ ଓଡ଼ିଶାର ୫ରୁ ଅଧିକ ସ୍ଥାନରେ ଆୟକର ଟିମ୍ ଚଢ଼ାଉ କରିଛି। ତାଙ୍କ ଅଫିସ ବିଭିନ୍ନ ପ୍ରକାର ଦସ୍ତାବିଜ ଓ ନିବେଶ କାଗଜପତ୍ର ଯାଞ୍ଚ କରାଯାଉଛି। ସାଂସଦ ସାହୁଙ୍କ ପୈତୃକ ଘର ଲୋହରଦଗାରେ ଥିବା ବେଳେ ତାଙ୍କ ପରିବାରର ବଙ୍ଗଳା ରାଞ୍ଚିର ରେଡିୟମ୍ ରୋଡରେ ରହୁଛି। ବୁଧବାର ସକାଳେ ସୁରକ୍ଷା ବାହିନୀ ସହ ଆୟକର ଟିମ୍ ଏହି ଦୁଇଟି ସ୍ଥାନରେ ପହଞ୍ଚିଥିଲେ। ଏହାବ୍ୟତୀତ ଓଡ଼ିଶାର ସୁନ୍ଦରଗଡ଼ରେ ମଧ୍ୟ କେତେକ ସ୍ଥାନରେ ସର୍ଭେ ଚାଲିଛି।

ସକାଳେ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ବାସଭବନରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟରେ ପହଞ୍ଚିବା ପରେ ସେମାନଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା। ଘର ଲୋକଙ୍କୁ ମଧ୍ୟ ବର୍ତ୍ତମାନ ବାହାରକୁ ଆସିବାକୁ ଅନୁମତି ଦିଆଯାଇନାହିଁ।

ଏହା ପୂର୍ବରୁ ଗତ ୨୦୧୯ ଡିସେମ୍ବର ୧୨ ତାରିଖରେ ମଧ୍ୟ ଧୀରଜଙ୍କ ଉପରେ ଆୟକର ଚଢଉ ହୋଇଥିଲା। ୨୦୧୯ରେ ରାଞ୍ଚିରୁ ଦିଲ୍ଲୀ ଯାଉଥିବା ବେଳେ ରାଞ୍ଚି ବିମାନବନ୍ଦରରେ ଲଗେଜ୍ ସ୍କାନିଂ ବେଳେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପାଖରୁ ୩୮.୫ ଲକ୍ଷ ଟଙ୍କା ମିଳିଥିଲା। ଏହି ସମୟରେ ଆୟକର ବିଭାଗ ଟିମ୍ ଲୋହରଦଗାସ୍ଥିତ ବାସଭବନରେ ପହଞ୍ଚିଥିଲା। ସମୟ ଅଭାବରୁ ରାଞ୍ଚି ବିମାନବନ୍ଦରରେ ଟଙ୍କା ଗଣନା ହୋଇପାରିନଥିଲା। ଏ ନେଇ ସିଆଇଏସଏଫ୍ ଆୟକରକୁ ସୂଚୀତ କରିଥିଲା ।

Comments are closed.