କାଶୀନଗର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଭିତ୍ତିଭୂମି ଅସମାନତା ବିଶ୍ଳେଷଣ ବୈଠକ ଆୟୋଜିତ ।

ଗଜପତି,୭.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଭିତ୍ତିଭୂମି ଅସମାନତା ବିଶ୍ଳେଷଣ ବୈଠକ ଆୟୋଜିତ ହୋଇଯାଇଛି।ଏହି ବୈଠକ ଗୁଡ଼ିକରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ଚୟନ ହୋଇଯାଇଛି।ପଞ୍ଚାୟତ ସ୍ତରରେ ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାରେ ଥିବା ଅଭାବ ଗୁଡ଼ିକୁ ଚିହ୍ନଟ ଓ ଏହାର ସ୍ଥାୟୀ ସମାଧାନ ନିମନ୍ତେ ବୈଠକରେ ସରପଞ୍ଚ, ପଞ୍ଚାୟତ ରାଜ ପ୍ରତିନିଧି, ଗ୍ରାମବାସୀ ଓ ସରକାରୀ ଅଧିକାରୀ ଉପସ୍ଥିତ ରହି ସଫଳ ଆଲୋଚନାମାନ ଅନୁଷ୍ଠିତ ହୋଇଥିଲା।ଭବିଷ୍ୟତର ବିକାଶମୂଳକ କାର୍ଯ୍ୟ ପାଇଁ ସଠିକ୍ ଯୋଜନା ଓ ବଜେଟ୍ ପ୍ରସ୍ତୁତ କରିବାକୁ ଏହି ବୈଠକ ମାର୍ଗଦର୍ଶକ ଦେବ ବୋଲି ସୂଚୀତ କରାଯାଇଛି। ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ବିକାଶମୂଳକ ପଦକ୍ଷେପ ନେବା ପାଇଁ ଏହି ପରି ପ୍ରତ୍ୟେକ ଗ୍ରାମରେ ବୈଠକ ହେଉଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକ ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାହାଦୁର ସୂଚନା ପ୍ରଦାନ କରିଛନ୍ତି।

Comments are closed.