ଆର, ଉଦୟଗିରି,୭.୮(ମନୋଜ ପାଢ଼ୀ):-ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ମିଳିତ ସହଯୋଗରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀରେ ଯୋଗଦାନ ନିମନ୍ତେ ଗଜପତି ଜିଲ୍ଲାର ସଦସ୍ୟମାନେ ଗସ୍ତ କରିଛନ୍ତି। ଏହି ତ୍ରିଦିବସୀୟ ସାହିତ୍ୟ ମହୋତ୍ସବ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀବିହାରଠାରେ ଅଗଷ୍ଟ ୦୭, ୦୮ ଓ ୦୯ତାରିଖରେ ଆୟୋଜିତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟା ତଥା ଗଜପତି ଜିଲ୍ଲା ପ୍ରଭାରୀ ଡ଼ଃ କଲ୍ୟାଣୀ ମିଶ୍ରଙ୍କ ନେତୃତ୍ବରେ ଗଜପତି ଜିଲ୍ଲାରୁ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ, ସୁଶ୍ରୀ ସ୍ନେହା ବେହେରା, ସୁଶ୍ରୀ ରାଜେଶ୍ୱରୀ ସ୍ୱାଇଁ, ସୁଶ୍ରୀ ଗାୟତ୍ରୀ ପଟ୍ଟନାୟକ, ସୁଶ୍ରୀ ଜିନାରାଣୀ ପାତ୍ର,ମନୀଷା ଦେବୀ ପାତ୍ର,ସାଇସୁଧା ପଟ୍ଟନାୟକ, ମହେନ୍ଦ୍ର ତନୟା ସାହିତ୍ଯ ସଂସଦ, ଗଜପତିର ସଦସ୍ଯ ବୃନ୍ଦ ଯଥା, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ,ଶଶୀକାନ୍ତ ମହାପାତ୍ର, ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ପ୍ରମୁଖ ଗସ୍ତ କରିଥିବା ସୂଚନା ପ୍ରାପ୍ତ ହୋଇଛି।
Sign in
Sign in
Recover your password.
A password will be e-mailed to you.