ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବରୁଣସିଙ୍ଗ ଅଂଚଳର ବିଜୟ ଜେନା। ୨୦୧୮ ମସିହାରେ ଏକ ରାସ୍ତା ଦୁର୍ଘଟଣାରେ ନିଜର ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ ହୋଇ ଲୋକଙ୍କ ସାହାଯ୍ୟରେ ଚିକିତ୍ସା ହେଉଥିଲେ। ଛାତି ପାଖରୁ ଗୋଡ଼ ଯାଏ କୌଣସି ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁ ନ ଥିଲା। ଗରିବ ଘରର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସମସ୍ତଙ୍କ ପାଖରେ ଗୁହାରି କରିଥିଲେ ସୁଦ୍ଧା ବିଜୟଙ୍କ କଥା କେହି ଶୁଣି ନଥଲେ। ଏପରିକି ଘର ଖଣ୍ଡିଏ ବି ମିଳିନାହିଁ ତାଙ୍କୁ। ଏପରି ସାଡେ ଚାରିବର୍ଷ ଯନ୍ତ୍ରଣାରେ ଘାଣ୍ଟି ହେବା ଯୋଗୁଁ ଶେଷରେ ଅଗଷ୍ଟ ମାସରେ ଟ୍ବିଟ୍ କରି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଇଛା ମୃତ୍ୟ ପାଇଁ ନିବେଦନ କରିଥିଲେ। ଏପରି ସମୟରେ ଆଜି ସକାଳୁ ବିଜୟ ଏକ ସାର ଦୋକାନରୁ ବିଷ କିଣି ପିଇ ଦେଇଥିବା ଭିଡିଓ କରି ସଙ୍ଗସାଥୀଙ୍କୁ ଜଣାଇଥିଲେ। ପରେ ମୁର୍ମୁଷ ଅବସ୍ଥାରେ ଘର ଲୋକ ତାଙ୍କୁ ବାଲେଶ୍ୱର ଡକ୍ତରଖାନା ଭର୍ତ୍ତି କରିଛନ୍ତି। ବିଜୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Comments are closed.