ହାଇକୋର୍ଟରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର: ହାଇକୋର୍ଟ ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ନାମରେ ତଳକୋର୍ଟରେ ଗିରଫ ପାଇଁ ଦଣ୍ଡାଦେଶ ହୋଇଥିଲା । ତେଣୁ ଏହା ବିରୋଧରେ ହାଇକୋର୍ଟ ଯାଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଏହି ଦଣ୍ଡାଦେଶ ଦେଇଛି ।

ଏହି କାରଣରୁ ବିଧାୟକଙ୍କ ହାତରୁ ତାଙ୍କ ପଦ ରଦ୍ଦ ହେବାର ଆଶାଙ୍କା ରହିଛି । କିନ୍ତୁ ଏଥିରେ ଯଦି ହାଇକୋର୍ଟ ରିହତାଦେଶ ଦିଏ ତେବେ ଏହି ସଦସ୍ୟ ପଦ ବଜାୟ ହୋଇ ରହିପାରିବେ ବୋଲି ଆଶା କରାଯାଉଛି ।

Comments are closed.