ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ)୨୪/୯:- ଗଜପତି ଜିଲ୍ଲାରେ ବାତ୍ୟା ବିପଦ ଟଳି ଯାଇଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ୭ ଗୋଟି ବ୍ଲକ ଓ ସଦର ମହକୁମା ପାରଳାଖେମୁଣ୍ଡିଠାରେ ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୫୭୩.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ୨୪ ଘଣ୍ଟିଆ ହାରାହାରି ବର୍ଷା ପରିମାଣ ୭୧.୬୪ ମିଲିମିଟର ରହିଛି। ସୂଚନା ମୁତାବକ ପାରଳାଖେମୁଣ୍ଡି ସଦରମହକୁମାରେ ସର୍ବାଧିକ ୧୨୧.୪ ମିଲିମିଟର ବର୍ଷା ହୋଇଥିବାବେଳେ ଗୋଷାଣି ବ୍ଲକରେ ୧୨୦ ମିଲିମିଟର ଏବଂ ମୋହନା ବ୍ଲକରେ ୧୦୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।ଅନ୍ୟ ବ୍ଲକଗୁଡ଼ିକ ମଧ୍ୟରେ ରାୟଗଡାରେ ୫୨.୪ ମିମି, ଗୁମ୍ମାରେ ୪୬ ମିମି, ନୂଆଗଡରେ ୪୫.୪ ମିମି, ଆର.ଉଦୟଗିରିରେ ୪୯.୯ ମିମି ଏବଂ କାଶୀନଗରରେ ସର୍ବନିମ୍ନ ୩୫ ମିମି ବର୍ଷା ରେକର୍ଡ ହୋଇଛି।ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେବା ସହ ନଦୀ, ନାଳ ଓ ତଳିଆ ଅଞ୍ଚଳର ଜଳସ୍ତର ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି।ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସଜାଗ ରଖାଯିବା ସହ କେତେକ ସ୍ଥାନରେ ଅସ୍ଥାୟୀ ଶିବିର ଖୋଲାଯାଇ ମାଗଣା ଖାଦ୍ୟ ବଣ୍ଟନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.