ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ଗଛକୁ ହଟାଇଲା ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ।

0

ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ)୨୪/୦୯:- ଲଗାଣ ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ଘଟଣା ଦେଖାଦେଇଛି। ଏହି କ୍ରମରେ ମୋହନା ବ୍ଳକ୍ ଅନ୍ତର୍ଗତ ଦମାଦୁଆ ଗ୍ରାମପଞ୍ଚାୟତର ବୁଡୁବୁଡି ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛକୁ ମୋହନା ଅଗ୍ନିଶମ ବାହିନୀ ପକ୍ଷରୁ କାଟି ହଟାଯାଇଛି। ସେହିପରି ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତର ଜୁରୁବୁଡିଠାରେ ମଧ୍ୟ ଗଛ ଭାଙ୍ଗି ରାସ୍ତା ଅବରୋଧ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗୁମ୍ମା ଅଗ୍ନିଶମ କେନ୍ଦ୍ରର ଦଳ ତୁରନ୍ତ ଘଟଣା ସ୍ଥଳକୁ ଯାଇଥିଲେ।ଅଗ୍ନିଶମ କର୍ମଚାରୀମାନେ ଗଛ କାଟି ରାସ୍ତା ଓ ଯାତାୟାତକୁ ସ୍ୱାଭାବିକ କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଗୁମ୍ମା ଅଗ୍ନିଶମ ବାହିନୀର ୧ ଜଣ LFF, ୧ ଜଣ FFD ଓ ୪ ଜଣ ଫାୟାର ଫାଇଟର ନିୟୋଜିତ ଥିଲେ। ସେହିପରି କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଭାଙ୍ଗି ପଡିଥିବା ଗଛକୁ ଓଡ୍ରାଫ ଟିମ କାଟି ସଫା କରିଥିଲେ।

Leave A Reply

Your email address will not be published.