ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି, ଏହା ସହ ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ସେ ଜମ୍ମୁ-କାଶ୍ମୀର ଫେରି ଯାଇ ନିଜର ରାଜନୈତିକ ଦଳ ଗଢିବେ ବୋଲି କହିଛନ୍ତି। ତେବେ ଆଜାଦ ବିଜେପିରେ ଯୋଗ ଦେଉଥିବା ନେଇ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ମୁଁ ବିଜେପିକୁ ଯାଉଥିବା କହି ଆସୁଛନ୍ତି, ଏପରିକି ସେମାନେ ମୋତେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି। ତେବେ ଗଣମାଧ୍ୟମ ସହ ଆଲୋଚନାରେ ସେ ନୂଆ ପାର୍ଟି ଗଢିବେ ବୋଲି କହିଛନ୍ତି। ଏହା ସହିତ ଜାତୀୟ ରାଜନୀତିକୁ ଜମ୍ମୁ-କାଶ୍ମୀର ରାଜନୀତି ମାଧ୍ୟମରେ ଫେରିବେ ବୋଲି ସେ ସୂଚିତ କରିଛନ୍ତି। ତେବେ ସେ ବିଜେପିରେ ସାମିଲ ହେବେ କି ବୋଲି ପ୍ରଶ୍ନର ଜବାବରେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ଏହି ଗୋଟିଏ କଥା କହି ଆସୁଥିବା ଆଜାଦ କହିଛନ୍ତି। ବିଜେପି ନେତାଙ୍କ ଫୋନ ଆସୁଛି କି ବୋଲି ପଚରା ଯିବାରେ ସେମାନଙ୍କ ଫୋନ କାହିଁକି ଆସିବ ବୋଲି ସେ ଓଲଟି ପଚାରିଛନ୍ତି। ତେବେ ସବୁ ଦଳ ପ୍ରତି ତାଙ୍କର ସମାନ ସମ୍ମାନ ଥିବା କହିଛନ୍ତି। କୌଣସି ରାଜନୈତିକ ଦଳ ପ୍ରତି ସେ କେବେ ଅପଶବ୍ଦ ପ୍ରୟୋଗ କରି ନାହାନ୍ତି। ଏଣୁ ପ୍ରତ୍ୟେକ ରାଜନୈତିକ ଦଳ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି ବୋଲି ଆଜାଦ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.