ଆନ୍ଧ୍ରପ୍ରଦେଶ: ତିରୁମାଲାର ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଜଣେ ଭକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଦାନ କରିବାକୁ ଯାଉଛନ୍ତି । ଯାହା ତିରୁମାଲାର ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି କରିପାରେ। ଜଣେ ଭକ୍ତ ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ। ଏହି ଅଳଙ୍କାରଗୁଡ଼ିକର ଆନୁମାନିକ ମୂଲ୍ୟ ୧୫୦ ରୁ ୧୬୦ କୋଟି ହେବ ବୋଲି ଆକଳନ କରାଯାଇଛି। ନଭେମ୍ବର ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ଉପସ୍ଥିତିରେ ତିରୁପତି ତିରୁମାଲା ଦେବସ୍ଥାନମ ଏହି ଦାନ ଗ୍ରହଣ କରିବ।
ଏହା ପୂର୍ବରୁ ଟିଟିଡି କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭେଙ୍କେୟା ଚୌଧୁରୀ କହିଛନ୍ତି ଯେ ତିରୁମାଲାରେ ଏସଭି ଅନ୍ନ ପ୍ରସାଦମ ଟ୍ରଷ୍ଟକୁ ପିଛିଲା ୨ ବର୍ଷରେ ୧,୧୦୦ କୋଟି ଟଙ୍କା ଦାନ ପ୍ରାପ୍ତ ହୋଇଛି। ସେ କହିଛନ୍ତି ଯେ ଏହି ରାଶି ଟିଟିଡିକୁ ମିଳିଥିବା ମୋଟ ଦାନର ୫୩%ରୁ ବି ଅଧିକ। ଏହା ସହିତ ଟ୍ରଷ୍ଟର ଏବେକା କର୍ପସ ଫଣ୍ଡ ବଢି ପାଖାପାଖି ୩,୧୦୦ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ସେ କହିଛନ୍ତି ଯେ ୧୯୮୫ ମସିହାରେ ଆରମ୍ଭ ହୋଇଥିବା ଅନ୍ନ ଦାନମ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ୨୦୦୦ ଲୋକଙ୍କୁ ଭୋଜନ ଦିଆଯାଉଥିଲା। ହେଲେ ସମୟ ସହିତ ଏହା ବେସ୍ ସମ୍ପ୍ରସାରିତ ହୋଇଛି।