୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ । ୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର ଦେଓମାଳି ପାହାଡ଼, କଳାହାଣ୍ଡିର ଯକମ୍‌, ଶିମିଳିପାଳ ନଓ୍ଵାନା, ରାଇରଙ୍ଗପୁର ଖଡ଼ାଖାଇ ଡ୍ୟାମ୍‌, ବ୍ରହ୍ମପୁରର ମହେନ୍ଦ୍ରଗିରି, କେନ୍ଦୁଝର ଫରେଷ୍ଟ ଡିଭିଜନ୍‌ ଅଧିନରେ ଥିବା କାଞ୍ଜିପାଣି ଘାଟ ଓ ହଦଗଡ଼ ଡ୍ୟାମ, ଫୁଲବାଣୀର ସିଲଭିକଲଚର ଗାର୍ଡେନ୍‌, ଅସ୍ତରଙ୍ଗ ମୁହାଣରେ ହେବ ଇକୋ ରିଟ୍ରିଟ୍‌ । ୧୩ଟି ନୂଆ ପ୍ରକଳ୍ପ ମଞ୍ଜୁରୀ ପରେ ରାଜ୍ୟରେ ଇକୋ ରିଟ୍ରିଟ୍‌ ଓ ନେଚର କ୍ୟାମ୍ପ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ।

Comments are closed.