ଦର ବୃଦ୍ଧିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦିନକୁଦିନ ଅହେତୁକ ଦର ବୃଦ୍ଧି ଯୋଗୁ ସାଧାରଣ ଖଟିଖିଆ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା ପର୍ଯ୍ୟବେକ୍ଷକ ହରଜିପ ସିଂହ, ସଇଁନ୍ତଲା ୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା, ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା ଓ ମିନି କେତନ ସେଠ ପ୍ରମୁଖ ଯୋଗଦେଇ ଖାଉଟି ଓ ଦୋକାନୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସାରା ରାଜ୍ୟରେ ଯେମିତି ଦର ବୃଦ୍ଧି ହେବାରେ ଲାଗିଛି ସେନେଇ ବହୁବାର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ପରେ ସରକାର କିଛି ପରିମାଣରେ ଦର ହ୍ରାସ କରିଥିଲେ ମଧ୍ୟ ବର୍ତ୍ତମାନ ଆକାଶ ଛୁଆଁ ଦର ହେବାରେ ଲାଗିଛି ଏବଂ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଗରିବ ଲୋକଙ୍କୁ ଅନେକ ପ୍ରଭାବିତ କରିଛି । ଆଗାମୀ ଦିନରେ ଯଦି ଏଭଳି ଭାବେ ଦର ବୃଦ୍ଧି ହେବ ତେବେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇ ଚେତାବନୀ ଦେଇଛନ୍ତି । ଏଥିରେ କଂଗ୍ରେସ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ ।

Comments are closed.