ଭିନ୍ନକ୍ଷମ ସ୍କୁଲରେ ଜିଲ୍ଲା ସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  :  ସ୍ଥାନୀୟ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କାଭି) ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ମିଳିତ ସହଯୋଗରେ ଦୃଷ୍ଟିହୀନ ମହିଳାଙ୍କ ପାଇଁ ଦୀର୍ଘ ୫ ଦିନ ଧରି କ୍ରିକେଟ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯୋଗଦେଇ ଥିଲେ। ସ୍ଥାନୀୟ ବିଡ଼ିଓ ତଥା ସ୍କୁଲର ସମ୍ପାଦକ ଚନ୍ଦ୍ରମଣୀ ନାଗଙ୍କ ପରିଚିତ ପ୍ରଦାନ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଲୁ ଶ୍ରୀ କମଳ ରଞ୍ଜନ ଶତପଥୀ ଅନୁଷ୍ଠାନର ବିବରଣୀ ଉପରେ ଆଲୋକପାତ କରିଥିଲେ।

ଓଡ଼ିଶା ଦୃଷ୍ଟିହୀନ ସଂଘର ସଭାପତି ତଥା ଅନୁସଚିବ ସନ୍ୟାସୀ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଅଲିମ୍ପିକ ଭାରତର ଜାତୀୟ ପ୍ରଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀ ସଭା ସଂଯୋଜନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଆହ୍ୱାନ ଦେଇଥିବା ବେଳେ ଏହି ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ସରକାରୀ କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ ସ୍କୁଲ ଉନ୍ନତି ଦିଗରେ ସବୁବେଳେ ମୋର ସହଯୋଗ ରହିବ ବୋଲି ମତବ୍ୟକ୍ତ ଦେଇଥିଲେ। ଓଡ଼ିଶା ପ୍ରଶିକ୍ଷକ ସୁଖରାମ ମାଝୀ, ଚିନ୍ମୟ, ଶିଳ୍ପା, ଅଙ୍କିତା, ପୁଷ୍ପାଞ୍ଜଳି ଦାସ, ସୁରେଶ୍ଵର, ସ୍ନିଗ୍ଧା, ହନୁମାନ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ରାହାସ ସିଂ, ସମୀର ନାଏକ, ପୁଷ୍ପାଞ୍ଜଳି ଦାସ, ପ୍ରତିଭା ବେହେରା, ସଞ୍ଜୟ ସିଂ, ହରିବନ୍ଧୁ, ସନ୍ତୋଷ, ବିଶ୍ଵନାଥ ଦୀପ, ସନ୍ତୋଷ କୁମାର ଜେନା, ପ୍ରତିଭା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Comments are closed.