*ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ।

0

ଗଜପତି, ୧୮.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସନ୍ନିକଟ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇଁ ନିର୍ବାଚନୀ ସାକ୍ଷରତା କ୍ଲବ,ଏସଆଇଆର -୨୦୨୬, ଯୁବ ରେଡକ୍ରସର ମିଳିତ ଆନକୂଲ୍ୟରେ ଏକ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବପିଢୀଙ୍କୁ ନିର୍ବାଚନୀ ସାକ୍ଷରତା କ୍ଲବର କାର୍ଯ୍ୟ ଓ ବିଶେଷ କରି ଗଭୀର ସଂଶୋଧନ ତଥା ଏସଆଇଆର -୨୦୨୬ ମାଧ୍ୟମରେ ଭୋଟର ତାଲିକାରେ ନାମ ନଥିଲେ ପୁନଃସଂଯୋଗ ବ୍ୟବସ୍ଥା ବିଷୟରେ ସଚେତନ କରାଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ନାଗରିକତାର ସଦୁପଯୋଗ କରିବା ଓ ଭୋଟ ଦେଇ ସଠିକ୍ ନେତା ବାଛିବା ପାଇଁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ତେଲୁଗୁ ଅଧ୍ୟାପକ ପି.ପ୍ରସାଦ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.