ତୁର୍କୀ ଓ ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର । ପୂର୍ବ ତୁର୍କୀରେ ରିକ୍ଟର ସ୍କେଲରେ ତୀବ୍ରତା ୫.୨ ଏବଂ ଜାପାନରେ ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼ କରାଯାଇଥିବା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ତୁର୍କୀ ଭୂକମ୍ପରେ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ୨୩ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Comments are closed.