ଦୁଇ ଦିନ ପୂର୍ବରୁ ଶେଷ ହୋଇଛି ଐତିହାସିକ ବାଲିଯାତ୍ରା, ସରିନି ଉପରପଡ଼ିଆରୁ ଗ୍ରାହକଙ୍କ ଭିଡ଼

କଟକ: ବାଲିଯାତ୍ରା ସରିଛି। ହେଲେ ଭିଡ଼ ଯାଇନି। ପଡିଆରେ ଏବେବି ବଜାର ରହିଛି। ବାଲିଯାତ୍ରା ନ ହେଲେ ବି ମିନି ବାଲିଯାତ୍ରା ପରି ପରିଲକ୍ଷିତ ହେଉଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ, ଯାହାକୁ ନେଇ ରହିଛି ହଜାର ହଜାର ଲୋକଙ୍କ ଭିଡ଼। ୧୦ ଦିନର ବାଲିଯାତ୍ରାରେ ବଳକା ପଡି ରହିଥିବା ସାମଗ୍ରୀକୁ ବିକ୍ରି କରିବାରେ ବ୍ୟସ୍ଥ ବ୍ୟବସାୟୀ। ଫୁଲ, ଘର କରଣା ସାମଗ୍ରୀ, ଡ୍ରେସ, କାଠ, ଜୋତା ଚପଲ, ସାମଗ୍ରୀ ଇତ୍ୟାଦିକୁ କମ ମୂଲ୍ୟରେ କିଣିବା ପାଇଁ ଗ୍ରହକ ବ୍ୟସ୍ତ ଦେଖାଯାଉଛନ୍ତି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚଲିଛି ଏହି ବ୍ୟବସାୟ ପ୍ରକ୍ରିୟା । ଗୋଟିଏ ପଟେ ବ୍ୟବସାୟୀ ବଳକା ସାମଗ୍ରୀ ବିକ୍ରି କରି ଖୁଶି ଜାହିର କରିଥିବା ବେଳେ ଖାଉଟି ମାନଙ୍କ ମଧ୍ୟରେ ମଧ୍ୟ ଆନନ୍ଦ ପରିଲକ୍ଷିତ ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୮ ତାରିଖ ଦିନଠାରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା। ଏହା ୧୮ ତାରିଖ ‌ଶେଷ ହୋଇଥିଲା। ଏହାରି ମଧ୍ୟରେ ପ୍ରବଳ ଭିଡ ହୋଇଥିଲା। ବ୍ୟବସାୟୀ, ଗ୍ରାହକ, ଦର୍ଶକ, କଳାପ୍ରେମୀ, କଳାକାରଙ୍କ ସମାଗମ ହୋଇଥିଲା। କୋଭିଡ କାରଣରୁ ବିଗତ ୨ ବର୍ଷ (୨୦୨୦ ଓ ୨୦୨୧) ବାଲିଯାତ୍ରାର ଆୟୋଜନ କରାଯାଇ ନ ଥିଲା। ଏଥି ପାଇଁ ଚଳିତ ବର୍ଷ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

Comments are closed.